ନବ ବିବାହିତ ଯୁବକଙ୍କ ହତ୍ୟାର ପର୍ଦ୍ଦାଫାଶ

ପାରଳାଖେମୁଣ୍ଡି,୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାର ନିକଟରେ ନବ ବିବାହିତ ଯୁବକ ଏମ.ଲିଙ୍ଗରାଜଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ଫାଶ କରିଛି ପୋଲିସ। ପ୍ରେମିକଙ୍କ ସହ ମିଶି ସ୍ବାମୀ ଲିଙ୍ଗରାଜଙ୍କୁ ସ୍ତ୍ରୀ କେ. ଜୟଲକ୍ଷ୍ମୀ ହତ୍ୟା କରିଛନ୍ତି। ପୋଲିସ ଜୟଲଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ନେୟାଲଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଲିଙ୍ଗରାଜଙ୍କ ସୁନାଚେନ, ମୁଦି, ବାଇକ ଓ ହତ୍ୟାରେ ବ୍ୟବହୃତ […] The post ନବ ବିବାହିତ ଯୁବକଙ୍କ ହତ୍ୟାର ପର୍ଦ୍ଦାଫାଶ appeared first on Dharitri Odia News.

ନବ ବିବାହିତ ଯୁବକଙ୍କ ହତ୍ୟାର ପର୍ଦ୍ଦାଫାଶ

ପାରଳାଖେମୁଣ୍ଡି,୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ଥ ଯାତ୍ରୀ ବିଶ୍ରାମାଗାର ନିକଟରେ ନବ ବିବାହିତ ଯୁବକ ଏମ.ଲିଙ୍ଗରାଜଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ଫାଶ କରିଛି ପୋଲିସ। ପ୍ରେମିକଙ୍କ ସହ ମିଶି ସ୍ବାମୀ ଲିଙ୍ଗରାଜଙ୍କୁ ସ୍ତ୍ରୀ କେ. ଜୟଲକ୍ଷ୍ମୀ ହତ୍ୟା କରିଛନ୍ତି। ପୋଲିସ ଜୟଲଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ନେୟାଲଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ଲିଙ୍ଗରାଜଙ୍କ ସୁନାଚେନ, ମୁଦି, ବାଇକ ଓ ହତ୍ୟାରେ ବ୍ୟବହୃତ ହୋଇଥିବା ସ୍କ୍ରୁ ଡ୍ରାଇଭର ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୋମବାର ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ବାତୀ କୁମାରୀ ଏସ୍‌. ସୂଚନା ଦେଇଛନ୍ତି।

ଗୁରାଣ୍ଡି ଥାନା ଅନ୍ତର୍ଗତ ବଟିସିରିପୁର ଗ୍ରାମର ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଗତ ଫେବୃଆରୀ ୧୮ ତାରିଖରେ ତାଙ୍କର କାଶୀନଗର ବ୍ଲକ କରନିଭଦ୍ର ଗ୍ରାମର ଜୟଲକ୍ଷ୍ମୀଙ୍କ ସହ ବିବାହ ହୋଇଥିଲା। କିନ୍ତୁ ଜୟଲକ୍ଷ୍ମୀଙ୍କର ୪ ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ବତୀଲି ଗ୍ରାମର ଉପେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ବିବାହ ପରେ ମଧ୍ୟ ସେ ଉପେନ୍ଦ୍ରଙ୍କ ସହ ଫୋନରେ କଥା ହେଉଥିଲେ। ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକଙ୍କ ସହ ଯୋଜନା କରୁଥିଲେ ମଧ୍ୟ ସୁଯୋଗ ପାଉ ନ ଥିଲେ। ଗତ ୨୮ ତାରିଖରେ ଲିଙ୍ଗରାଜ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାପାଇଁ ବାଟିସିରିପୁର ଗ୍ରାମ ଅଭିମୁଖେ ବାହାରିଥିଲେ। ଜୟଲକ୍ଷ୍ମୀ ପ୍ରେମିକ ଉପେନ୍ଦ୍ରଙ୍କୁ ଟିକିନିଖି ଖବର ଦେଉଥିଲେ। ଉପେନ୍ଦ୍ର ତୋଟିଗୁମୁଡା ବିଶ୍ରାମାଗାର ନିକଟରେ ଛକି ରହିଥିଲେ। ଲିଙ୍ଗରାଜ ଆସିବାରେ ଗୋଟିଏ ସ୍କ୍ରୁ ଡ୍ରାଇଭର ଧରି ହଠାତ ତାଙ୍କୁ ଆକ୍ରମଣ କରିଥିଲେ। ଲିଙ୍ଗରାଜ ତଳେ ପଡିଯିବା ପରେ ସେ ସ୍କ୍ରୁ ଡ୍ରାଇଭରରେ ତାଙ୍କ ଛାତିକୁ ସାମନା ପଟୁ ୨୫ ଥର ଓ ପଛପଟୁ ୨୭ ଥର ଭୁଶି ହତ୍ୟା କରିଥିଲେ। ପରେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ ମୁଦି ଓ ତାଙ୍କ ବାଇକ ନେଇ ଜୟଲକ୍ଷ୍ମୀ ଓ ଉପେନ୍ଦ୍ର ଚାଲିଯାଇଥିଲେ । ପୋଲିସ ତଦନ୍ତ ସମୟରେ ଜୟଲକ୍ଷ୍ମୀଙ୍କ ଫୋନ କଲ ରେକର୍ଡ ଓ ବିଭିନ୍ନ ପରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘଟଣାର ସତ୍ୟତା ପଦାକୁ ଆସିଛି।

The post ନବ ବିବାହିତ ଯୁବକଙ୍କ ହତ୍ୟାର ପର୍ଦ୍ଦାଫାଶ appeared first on Dharitri Odia News.