ଆବଶ୍ୟକ ପଡିଲେ ଯାଞ୍ଚ ହେବ ମହାପ୍ରସାଦ ଏବଂ ଘିଅର ମାନ: ଜିଲ୍ଲାପାଳ

ପୁରୀ : ତିରୁପତି ଲଡୁ ବିବାଦ ପରେ ଯାଞ୍ଚ ହେବ ଶ୍ରୀ ମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହୃତ ହୁଏ । ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି । ତେଣୁ ଖୁବ୍‌ଶୀଘ୍ର […]

ଆବଶ୍ୟକ ପଡିଲେ ଯାଞ୍ଚ ହେବ ମହାପ୍ରସାଦ ଏବଂ ଘିଅର ମାନ: ଜିଲ୍ଲାପାଳ
ଆବଶ୍ୟକ ପଡିଲେ ଯାଞ୍ଚ ହେବ ମହାପ୍ରସାଦ ଏବଂ ଘିଅର ମାନ: ଜିଲ୍ଲାପାଳ

ପୁରୀ : ତିରୁପତି ଲଡୁ ବିବାଦ ପରେ ଯାଞ୍ଚ ହେବ ଶ୍ରୀ ମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହୃତ ହୁଏ । ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି । ତେଣୁ ଖୁବ୍‌ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ମଙ୍ଗଳବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିକୁ ନେଇ କୌଣସି ପ୍ରକାର ଅଭିଯୋଗ ଆସି ନାହିଁ । ଆବଶ୍ୟକ ପଡିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ।
ତିରୁପତି ଲଡୁକୁ ନେଇ ବିବାଦ ପରେ ରିପୋର୍ଟ ବି ଯାଞ୍ଚ ହୋଇଥିଲା । ଯାହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି ।