ପଏଁରୀ ତିହାର ଉଦଯାପିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଂଜନ ପୁଝାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ରାଜ୍ୟ ସଭା ସାଂସଦ ନିରଂଜନ ବିଶି, […] The post ପଏଁରୀ ତିହାର ଉଦଯାପିତ appeared first on Odisha.News.
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂଧ୍ୟା ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଂଜନ ପୁଝାରୀ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ରାଜ୍ୟ ସଭା ସାଂସଦ ନିରଂଜନ ବିଶି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅବକାରୀ ଅଧିକ୍ଷୀକା ସୁମତି ତ୍ରୀପାଠୀ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ଯୋଗଦେଇ ଲୋକ କଳା ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ଭବ୍ୟ ମଞ୍ଚ ଦେଇଥିବାରୁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ଗୁଜରାଟର କାଲବେଲିଆ, ସୁନ୍ଦରଗଡ ର ଝୁମେର ନାଚ ଗୀତ, ପଏଁରୀର ଡାଲଖାଇ, ମୟୂରଭଞ୍ଜ ର ଛଉ, କଳାକାର ଙ୍କ ନାଚ ଗୀତରେ ବିଳମ୍ୱିତ ରାତି ଯାଏ ଝୁମିଲେ ନାଚିଲେ ଦର୍ଶକ। ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସଭାକୁ ସଂପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ। ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।
The post ପଏଁରୀ ତିହାର ଉଦଯାପିତ appeared first on Odisha.News.