ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ଟୋକିଓ: ମିଆଁମାର ପରେ ବୁଧବାର ରାତିରେ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ସନ୍ଧ୍ୟା ୭:୩୪ ମିନିଟରେ ଜାପାନର କ୍ୟୁଶୁ ଅଞ୍ଚଳରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍) ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କ୍ୟୁଶୁ ଦ୍ୱୀପରେ ଥିଲା।ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ମିଳିନାହିଁ। ଜାପାନ ପାଣିପାଗ ସଂସ୍ଥା ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଜାରି କରିନାହିଁ। […] The post ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା appeared first on Odisha.News.

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ଟୋକିଓ: ମିଆଁମାର ପରେ ବୁଧବାର ରାତିରେ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ସନ୍ଧ୍ୟା ୭:୩୪ ମିନିଟରେ ଜାପାନର କ୍ୟୁଶୁ ଅଞ୍ଚଳରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍) ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କ୍ୟୁଶୁ ଦ୍ୱୀପରେ ଥିଲା।ତେବେ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ମିଳିନାହିଁ।

ଜାପାନ ପାଣିପାଗ ସଂସ୍ଥା ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ସୁନାମି ଚେତାବନୀ ଜାରି କରିନାହିଁ। ସୂଚନା ଅନୁଯାୟୀ, କ୍ୟୁଶୁ ଜାପାନର ତୃତୀୟ ବୃହତ୍ତମ ଦ୍ୱୀପ ଏବଂ ଏହା ଭୂକମ୍ପ ପାଇଁ ଜଣାଶୁଣା। ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ ସମ୍ଭାବ୍ୟ ଭୂମିକମ୍ପ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ମଧ୍ଯ ଦେଇଛି।ପୂର୍ବରୁ, ମିଆଁମାରରେ ଏକ ବଡ଼ ଭୂମିକମ୍ପ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ମିଆଁମାରରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ଗତ ଶୁକ୍ରବାର ଅପରାହ୍ନରେ ମିଆଁମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି କାରଣରୁ ହଜାର ହଜାର କୋଠା ଭୁଶୁଡ଼ି ପଡ଼ିବା ସହ ସେତୁ ଧ୍ବଂସ ହୋଇଯାଇଥିଲା। ଏହି ଭୂମିକମ୍ପରେ ୪୫୦୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି।ଏହାରି ମଧ୍ୟରେ ମିଆଁମାରର ଶାସକ- ସେନା ଭୂମିକମ୍ପ ସହାୟତା ପ୍ରୟାସକୁ ସହଜ କରିବା ପାଇଁ ଦେଶର ଚାଲିଥିବା ଗୃହଯୁଦ୍ଧକୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

The post ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା appeared first on Odisha.News.