ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
କଳାହାଣ୍ଡି,୨୧/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହୋଇଯାଇଛି। ଦୁଇଦିନ ବ୍ୟାପି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଧୁପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ ମହାରଣା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆୟୁଷ ଡାକ୍ତର ସୁପ୍ରିୟା ରାଉତରାୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ରଣା ଯୋଗ ଦେଇଥିଲେ। […] The post ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ appeared first on Odisha.News.
କଳାହାଣ୍ଡି,୨୧/୧୨-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହୋଇଯାଇଛି। ଦୁଇଦିନ ବ୍ୟାପି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଧୁପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ ମହାରଣା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆୟୁଷ ଡାକ୍ତର ସୁପ୍ରିୟା ରାଉତରାୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ରଣା ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ କାମସେନ ଭୋଇଙ୍କ ସମେତ ସସ୍ମିତା ସାହୁ, ନମିତା ମାଝୀ, ସତ୍ୟବାଦୀ ନାଏକ, ମାମିନା ସାହୁ, ପାର୍ଥ ଶବର, ସୁଧାଂଶୁ ଶେଖର ସାସମଲ, ବସନ୍ତ ପାଣ୍ଡେ, ସାରିକା ପଣ୍ଡା, ସୋନାଲିକା ପାଢୀ ପ୍ରମୁଖ ପରିଚାଳନା କରିଥିଲେ।
The post ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ appeared first on Odisha.News.