ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ
ନୀଳଗିରି,୨୬।୮ବାଲେଶ୍ୱର ଜିଲା ନୀଳଗିର ଅଞ୍ଚଳରୁ ଏକ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ କେଉଁ କାରଣରୁ ମହିଳାଙ୍କୁ ଘରେ ତାଲା ପକାଯାଇଥିଲା ତାହା ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର […] The post ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ appeared first on Dharitri Odia News.
ନୀଳଗିରି,୨୬।୮ବାଲେଶ୍ୱର ଜିଲା ନୀଳଗିର ଅଞ୍ଚଳରୁ ଏକ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ କେଉଁ କାରଣରୁ ମହିଳାଙ୍କୁ ଘରେ ତାଲା ପକାଯାଇଥିଲା ତାହା ଜଣାପଡି ନାହିଁ।
ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ପୋଲିସ ଭଡ଼ା ଘରେ ପହଞ୍ଚି ତାଲା ଖୋଲି ମହିଳାଙ୍କୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମହିଳା ଜଣକ ବ୍ରହ୍ମପୁର ଥାନା ଛତ୍ରପୁର ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ appeared first on Dharitri Odia News.