ନୂଆ ରାଷ୍ଟ୍ରପତିଙ୍କୁ ନେଇ ତାତିଲେ ଲୋକେ: ରାଷ୍ଟ୍ରପତି ଭବନ କବ୍ଜା କଲେ ବିରୋଧୀ
କାରାକାସ୍,୨୯ା୭ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଶାସକ ଓ ବିରୋଧୀ ଉଭୟ ବିଜୟୀ ହୋଇଥିବା ଦାବି କରିଛନ୍ତି। ସରକାରୀ ଭାବେ ଘୋଷିତ ଫଳାଫଳ ଉପରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍ ସୋମବାର ନିଜକୁ ବିଜୟୀ ଦାବି କରିବା ଫଳରେ ନିର୍ବାଚନ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ୫୧% ଭୋଟ ସହ ମାଦୁରୋ ତୃତୀୟ ପାଳି ପାଇଁ […] The post ନୂଆ ରାଷ୍ଟ୍ରପତିଙ୍କୁ ନେଇ ତାତିଲେ ଲୋକେ: ରାଷ୍ଟ୍ରପତି ଭବନ କବ୍ଜା କଲେ ବିରୋଧୀ appeared first on Dharitri Odia News.
କାରାକାସ୍,୨୯ା୭ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଶାସକ ଓ ବିରୋଧୀ ଉଭୟ ବିଜୟୀ ହୋଇଥିବା ଦାବି କରିଛନ୍ତି। ସରକାରୀ ଭାବେ ଘୋଷିତ ଫଳାଫଳ ଉପରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍ ସୋମବାର ନିଜକୁ ବିଜୟୀ ଦାବି କରିବା ଫଳରେ ନିର୍ବାଚନ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ୫୧% ଭୋଟ ସହ ମାଦୁରୋ ତୃତୀୟ ପାଳି ପାଇଁ ବିଜୟୀ ହୋଇଥିବା ନିର୍ବାଚନ କର୍ତ୍ତୃପକ୍ଷ ରବିବାର ମଧ୍ୟରାତ୍ରରେ ଘୋଷଣା କରିଥିଲେ। ତେବେ ନିରପେକ୍ଷ ଏକ୍ଜିଟ୍ ପୋଲ୍ ଗୋଞ୍ଜାଲେଜ୍ଙ୍କ ସପକ୍ଷରେ ମତ ଦେଇଛି। ଗୋଞ୍ଜାଲେଜ୍ଙ୍କୁ ୭୦ ପ୍ରତିଶତ ଭୋଟ ମିଳିଥିବା ବିରୋଧୀ ନେତା ମାରିଆ କୋରିନା ମାଚାଡୋ ଦାବି କରିଛନ୍ତି।
ନିକୋଲାସ ମାଡୁରୋଙ୍କ ବିଜୟକୁ ବିରୋଧ କରି ଲୋକମାନେ ଭେନେଜୁଏଲାରେ ଦଙ୍ଗା ସୃଷ୍ଟି ହୋଇଛି। ହଜାର ହଜାର ଲୋକ ରାଷ୍ଟ୍ରପତି ଭବନ ଆଡକୁ ଯାଉଛନ୍ତି। ଆମେରିକା ସୋମବାର କହିଛି ଯେ, ମଦୁରୋଙ୍କ ବିଜୟର କୌଣସି ବିଶ୍ୱସନୀୟତା ନାହିଁ। ବିରୋଧୀ ମଦୁରୋଙ୍କ ବିଜୟକୁ ଏକ ଜାଲିଆତି ବୋଲି କହିଛନ୍ତି ଏବଂ ସେମାନଙ୍କ ପ୍ରାର୍ଥୀ ଏଡମୁଣ୍ଡୋ ଗୋଜାଲେଜଙ୍କୁ ୭୩.୨ ପ୍ରତିଶତ ଭୋଟ ମିଳିଛି।
The post ନୂଆ ରାଷ୍ଟ୍ରପତିଙ୍କୁ ନେଇ ତାତିଲେ ଲୋକେ: ରାଷ୍ଟ୍ରପତି ଭବନ କବ୍ଜା କଲେ ବିରୋଧୀ appeared first on Dharitri Odia News.