କୁଚିଣ୍ଡା ଉପଖଣ୍ଡରେ ଲୋକକଲା ଓ ଲୋକ ନୃତ୍ୟର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର

ସମ୍ବଲପୁର: ଲୋକ କଳା ମହୋତ୍ସବ ,ସମ୍ବଲପୁର ପକ୍ଷରୁ କୁଚିଣ୍ଡା କଲେଜ ପ୍ରେକ୍ଷ।ଳୟରେ କୁଚିଣ୍ଡା ଉପଖଣ୍ଡରେ ଲୋକ କଳା ଓ ଲୋକ ନୃତ୍ୟ ର ସ୍ଥିତି ଓ ପ୍ରଗତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋକ କଳାକୁ ଅପମିଶ୍ରଣ ମୁକ୍ତ ରଖିବାକୁ ଆହ୍ବାନ ଦେବା ସହ ଗୁଦୁ ଗୁଡ଼ା ମହୋତ୍ସବ କୁ ପୁନଃ ପ୍ରଚଳନ କରିବାକୁ ଆହ୍ବାନ […] The post କୁଚିଣ୍ଡା ଉପଖଣ୍ଡରେ ଲୋକକଲା ଓ ଲୋକ ନୃତ୍ୟର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର appeared first on Odisha.News.

କୁଚିଣ୍ଡା ଉପଖଣ୍ଡରେ ଲୋକକଲା ଓ ଲୋକ ନୃତ୍ୟର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର

ସମ୍ବଲପୁର: ଲୋକ କଳା ମହୋତ୍ସବ ,ସମ୍ବଲପୁର ପକ୍ଷରୁ କୁଚିଣ୍ଡା କଲେଜ ପ୍ରେକ୍ଷ।ଳୟରେ କୁଚିଣ୍ଡା ଉପଖଣ୍ଡରେ ଲୋକ କଳା ଓ ଲୋକ ନୃତ୍ୟ ର ସ୍ଥିତି ଓ ପ୍ରଗତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋକ କଳାକୁ ଅପମିଶ୍ରଣ ମୁକ୍ତ ରଖିବାକୁ ଆହ୍ବାନ ଦେବା ସହ ଗୁଦୁ ଗୁଡ଼ା ମହୋତ୍ସବ କୁ ପୁନଃ ପ୍ରଚଳନ କରିବାକୁ ଆହ୍ବାନ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦ୍ବାରିକା ନାଥ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା ସଭାରେ ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ, ଉପଜିଲ୍ଲାପାଳ ଗୌରବ ମୟ ପଧାନ, ଦିଲ୍ଲୀପ ପାଣି ଓ ସୁରଥ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କୁଚିଣ୍ଡା ଉପଖଣ୍ଡରେ ଲୋକ କଳା ର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରି ଥିଲେ । ଏତତ୍ ବ୍ୟତୀତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ,ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା, ସଂଗଠକ ମଳୟ ବେହେରା, ପ୍ରଧାନ ଶିକ୍ଷକ ରତନ ଲାଲ ସିଂହ ପ୍ରମୁଖ ଉପ ସ୍ଥିତ ରହି ଆଲୋଚନା କରିଥିଲେ ।ସଭା ପୂର୍ବରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼. ମନ ମୋହନ ସିଂ ଙ୍କ ସ୍ବର୍ଗତ ଆତ୍ମାର ସଦ ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା।ଶେଷରେ କୁଚିଣ୍ଡା କଲେଜ ର ଅଧ୍ୟକ୍ଷ ସୁଚିତ୍ରା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

The post କୁଚିଣ୍ଡା ଉପଖଣ୍ଡରେ ଲୋକକଲା ଓ ଲୋକ ନୃତ୍ୟର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା ଚକ୍ର appeared first on Odisha.News.