ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ଉଦ୍ଯାପିତ
ସମ୍ବଲପୁର: ରେଢ଼ାଖୋଲ ସହରର ସ୍ଥାନୀୟ କଦମ୍ବ ପଡ଼ିଆ ଠାରେ ରବିବାର ଦିନ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ରଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ରବିନାରାୟଣ ନାଏକ, ସମ୍ମାନିତ ଅତିଥ୍ ଭାବେ ବିଜେପି ରାଜ୍ୟ କାର୍ଯ୍ୟଚାରିଣୀ ଦେବେନ୍ଦ୍ର ମହାପାତ୍ର, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ପ୍ରମୁଖ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ମହୋତ୍ସବରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ଦଳ ନୃତ୍ୟ […] The post ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ଉଦ୍ଯାପିତ appeared first on Odisha.News.
ସମ୍ବଲପୁର: ରେଢ଼ାଖୋଲ ସହରର ସ୍ଥାନୀୟ କଦମ୍ବ ପଡ଼ିଆ ଠାରେ ରବିବାର ଦିନ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ରଦଯାପିତ ହୋଇଯାଇଛି । ମୁଖ୍ୟଅତିଥି ରବିନାରାୟଣ ନାଏକ, ସମ୍ମାନିତ ଅତିଥ୍ ଭାବେ ବିଜେପି ରାଜ୍ୟ କାର୍ଯ୍ୟଚାରିଣୀ ଦେବେନ୍ଦ୍ର ମହାପାତ୍ର, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଏନ୍ଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ପ୍ରମୁଖ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ମହୋତ୍ସବରେ ବିଭିନ୍ନ ପାରମ୍ପାରିକ ନୃତ୍ୟ ଦଳ ନୃତ୍ୟ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଅଭିନେତ୍ରୀ ଭୂମିକାଙ୍କ ସମେତ ସୋନାକ୍ଷି ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟ, ଘୁମୁରା ନୃତ୍ୟ କଳାହାଣ୍ଡି ହୋଇ ମନ୍ଦିରୀ ବଲାଙ୍ଗୀର, ଛଉ ନୃତ୍ୟ ଗଞ୍ଜାମ, ପଞ୍ଚବାଦ୍ୟ ସମ୍ବଲପୁର, ପ୍ରଣାମ ଅନୁଷ୍ଠାନ ରେଢ଼ାଖୋଲ, ଫେସନ୍ ସୋ ସମ୍ବଲପୁର କଣ୍ଠଣିଳ୍ପୀ କରନ୍ ରାଜ, ନିରନ ଦାସ, ବ୍ରହ୍ମ କୁମାର ସମେତ ଅନ୍ୟ କଳାକାର ମାନେ ଦର୍ଶନ ମାନଙ୍କୁ
ମନ୍ତ୍ରମୁଗ୍ଧ କରିଥିଲେ। ମହୋତ୍ସବରେ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥୁଲା ଯଥା ସେବାକ୍ଷେତ୍ରରେ କିଶୋରୀ ତ୍ରିପାଠୀ, କ୍ରୀଡାକ୍ଷେତ୍ରରେ ଆଦର୍ଶ ବେହେରା, କୃଷିକ୍ଷେତ୍ରରେ ପାର୍ବତୀ ସେଠୀ ପ୍ରମୁଖ ସମେତ ଅନ୍ୟ ସୁନାମଧନ୍ୟ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ରେଢାଖୋଳ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆବାହକ ରମାକାନ୍ତ ମହାନନ୍ଦ, ସୁର ଘୁଙ୍ଗୁର କମିଟି ସଭାପତି ସୁଶାନ୍ତ କୁମାର ନାଗ, ଉପସଭାପତି ଉଶ୍ମି ରଞ୍ଜନ ଖଡ଼ିରତ୍ନ,ସମ୍ପାଦକ ରାଜେନ୍ଦ୍ର ବୈଠାରୁ କୋଷାଧକ୍ଷ ତପନ କୁମାର ବିଶାଳ, ସହସମ୍ପାଦକ ଗଜାନନ ଭେଷରା, ସଜକୋଷାଧ୍ୟକ୍ଷ ନନ୍ଦୁ ମିଶ୍ର ପ୍ରମୁଖ ସମେତ ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
The post ରାଜ୍ୟସ୍ତରୀୟ ସୁର ଘୁଙ୍ଗୁର ମହୋତ୍ସବ ଉଦ୍ଯାପିତ appeared first on Odisha.News.