ଶକ୍ତି ପ୍ରଦର୍ଶନ କଲେ ସମୀର ଦାସଙ୍କ ସମର୍ଥକ, ଭରା ସଭାରେ ଦେଲେ ୨୪ ଘଣ୍ଟା ସମୟ

ନିମାପଡ଼ା: ବିଦ୍ରୋହ ନିଆଁରେ ଜଳୁଛି ନିମାପଡ଼ା ବିଜେଡି । ତିନି ତିନି ଥର ବିଧାୟକ ହୋଇ ନବୀନ ସରକାରରେ ମନ୍ତ୍ରୀ ହୋଇଥିବା ସମୀର ଦାସଙ୍କ ଟିକେଟ୍ କଟିବା ପରେ ଜଳିବାରେ ଲାଗିଛି ଅସନ୍ତୋଷର ନିଆଁ । ଆଉ ଏହି ନିଆଁ ପବନ ପାଇବା ପରି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବ୍ୟାପିବାରେ ଲାଗିଛି । ଆଜି ସମୀରଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡିକୁ କହିଛନ୍ତି ବାଏ ବାଏ । ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ […] The post ଶକ୍ତି ପ୍ରଦର୍ଶନ କଲେ ସମୀର ଦାସଙ୍କ ସମର୍ଥକ, ଭରା ସଭାରେ ଦେଲେ ୨୪ ଘଣ୍ଟା ସମୟ appeared first on Odisha.News.

ଶକ୍ତି ପ୍ରଦର୍ଶନ କଲେ ସମୀର ଦାସଙ୍କ ସମର୍ଥକ, ଭରା ସଭାରେ ଦେଲେ ୨୪ ଘଣ୍ଟା ସମୟ

ନିମାପଡ଼ା: ବିଦ୍ରୋହ ନିଆଁରେ ଜଳୁଛି ନିମାପଡ଼ା ବିଜେଡି । ତିନି ତିନି ଥର ବିଧାୟକ ହୋଇ ନବୀନ ସରକାରରେ ମନ୍ତ୍ରୀ ହୋଇଥିବା ସମୀର ଦାସଙ୍କ ଟିକେଟ୍ କଟିବା ପରେ ଜଳିବାରେ ଲାଗିଛି ଅସନ୍ତୋଷର ନିଆଁ । ଆଉ ଏହି ନିଆଁ ପବନ ପାଇବା ପରି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବ୍ୟାପିବାରେ ଲାଗିଛି । ଆଜି ସମୀରଙ୍କ ସମର୍ଥକ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡିକୁ କହିଛନ୍ତି ବାଏ ବାଏ । ସମୀରଙ୍କ ଉପସ୍ଥିତିରେ ଭରା ସଭାରେ ସମର୍ଥକମାନେ ଜଣକ ପରେ ଜଣେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହାସହ ଶେଷ ନିଷ୍ପତ୍ତି ନେବାକୁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଶେଷ ନିଷ୍ପତ୍ତି ଜଣାଇବାକୁ ସମୀରଙ୍କୁ ସମର୍ଥକ ଅଲ୍‌ଟିମେଟ୍‌ମ ଦେଇଛନ୍ତି । ତେବେ ଆଜି ସମୀର ବିଜେଡିରୁ ଇସ୍ତଫା ଦେଇନାହାନ୍ତି।
ଆଜି ଅପରାହ୍ନରେ ସମୀର ଦାଶଙ୍କ ସମର୍ଥକମାନେ ନିମାପଡ଼ା ଟାଉନ୍‌ ହଲ୍‌ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଆୟୋଜନ କରିଥିଲେ । ସଭାରେ ୫୮ ଜଣ ଜନ ପ୍ରତିନିଧିଙ୍କ ସମେତ ଶହଶହ ସମର୍ଥକ ଯୋଗଦେଇଥିଲେ । ସଭାରେ ଖୋଦ୍‌ ସମୀର ରଞ୍ଜନ ଦାଶ ମଧ୍ୟ ଉପସ୍ଥିତ ଥିଲେ । ଭାଷଣାବାଜି ପରେ ସମସ୍ତ କର୍ମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ସେମାନେ ସାମୂହିକ ଇସ୍ତଫାପତ୍ର ସମୀରଙ୍କୁ ପ୍ରଦାନ କରିଥିଲେ । ଆଉ ଶେଷ ନିଷ୍ପତ୍ତି ନେବା ପାଇଁ ସମୀରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ।
ସୂଚନାଯୋଗ୍ୟ, ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଟି ଟର୍ମ ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏଥର ବିଜେଡି ତାଙ୍କର ଟିକେଟ କାଟି ଦେଇଛି । ତାଙ୍କ ସ୍ଥାନରେ ଦିଲ୍ଲୀପ ଦାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାକୁ ନେଇ ସମୀରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ନିମାପଡ଼ା ବିଧାୟକ ପ୍ରାର୍ଥୀଙ୍କୁ ବଦଳାଇବାକୁ କିଛି ଦିନ ତଳେ ସମୀର ଓ ତାଙ୍କ ସମର୍ଥକମାନେ ବିଜେଡି ସୁପ୍ରିମୋଙ୍କୁ ଅନୁରୋଧ କରିଥିଲେ । ମାତ୍ର କିଛି ଲାଭ ହୋଇ ନଥିଲା ।
ସୁପ୍ରିମୋଙ୍କ ମନ ଜିଣିବା ପାଇଁ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର । ୩୦ ହଜାରରରୁ ଅଧିକ ସମର୍ଥକଙ୍କୁ ଏକଜୁଟ୍‌ କରି ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ଅଞ୍ଚଳ ବୁଲି ସମର୍ଥକଙ୍କ ସହ ମେଳି କରିଥିଲେ । ସେ ଭାବିଥିଲେ ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ତାଙ୍କ ନାଁ ଆସିବ । ହେଲେ ସେ ନିରାଶ ହେଲେ । ଶେଷରେ ଆଜି ତାଙ୍କ ସମର୍ଥକମାନେ ସମୂହ ଇସ୍ତଫା ଦେଇଛନ୍ତି ।

The post ଶକ୍ତି ପ୍ରଦର୍ଶନ କଲେ ସମୀର ଦାସଙ୍କ ସମର୍ଥକ, ଭରା ସଭାରେ ଦେଲେ ୨୪ ଘଣ୍ଟା ସମୟ appeared first on Odisha.News.