ଯୁବତୀ ଦୁଷ୍କର୍ମ କାରୀକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ଦୁଷ୍କର୍ମ ହୋଇଥିବା ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ବୁନୁ ଦିଗାଲ କୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ ସହିତ ୩ ହଜାର ୫୦୦ ଟଙ୍କା ଜରିମାନା ଶୁଣାଣି କରି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ ବାଲିଗୁଡା […] The post ଯୁବତୀ ଦୁଷ୍କର୍ମ କାରୀକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା appeared first on Odisha.News.

ଯୁବତୀ ଦୁଷ୍କର୍ମ କାରୀକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା

ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ଦୁଷ୍କର୍ମ ହୋଇଥିବା ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକ ବୁନୁ ଦିଗାଲ କୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ ସହିତ ୩ ହଜାର ୫୦୦ ଟଙ୍କା ଜରିମାନା ଶୁଣାଣି କରି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାରୁ ପ୍ରକାଶ, ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୯ ତାରିଖ ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଅଞ୍ଚଳରେ ଜଣେ ୧୯ ବର୍ଷୀୟା ଯୁବତୀ ନିଜ ଘରୁ ବାହାରି ନିକଟସ୍ଥ ଏକ ସିଲେଇ କେନ୍ଦ୍ର କୁ ସିଲେଇ କରିବାକୁ ଏକୁଟିଆ ଯାଉଥିବା ସମୟରେ ନିକଟସ୍ଥ ଗ୍ରାମର ବୁନୁ ଦିଗାଲ ନାମକ ଜୈନକ ଯୁବକ ଜୋର ଜବରଦସ୍ତ ଉଠାଇନେଇ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ବାନ୍ଧି ଡ୍ରେସ ଚିରା ଚିରି କରି ବଳପୂର୍ବକ ଦୁଷ୍କର୍ମ କରିବା ସହ ମୋବାଇଲରେ ନଗ୍ନ ଫୋଟୋ ଉଠାଇ ଏହି ବିଷୟ କାହାକୁ କିଛି ନ କହିବା ପାଇଁ ଧମକ ଚମକ ମଧ୍ୟ ଦେଇଥିଲେ। ହେଲେ ସୁଯୋଗ ଦେଖି ଯୁବତୀ ଜଣକ ଘଟଣା ସ୍ଥଳରୁ ଖସି ଆସି ନିଜ ଘରେ ପହଞ୍ଚି ପରିବାର ଆଗରେ ସମସ୍ତ ବିଷୟ କହିବା ପରେ ପରିବାର ପକ୍ଷରୁ ଯୁବତୀ ଜଣକ କ.ନୂଆଗାଁ ଥାନାରେ ଏକ ଏତଲା ଦାଏର କରିଥିଲେ l ଏତଲା କୁ ଭିର୍ତ୍ତି କରି କ. ନୂଆଗାଁ ଥାନା ଅଧିକାରୀ ଏକ ମାମଲା କେଶ ନଂ ୧୩୧/୨୩ ପ୍ରକାରେ ରୁଜୁ କରି ଅଭିଯୁକ୍ତ ବୁନୁ ଦିଗାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଏ ସବୁ କୁ ବାଲିଗୁଡା ଏସଡିଜେଏମ କୋର୍ଟର ବିଚାରପତି ସୋନାଲି ସରିତା ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୌରଭ କୁମାର ଦାସ ମାମଲାଟିକୁ ପରିଚାଳନା କରିଥିଲେ।

The post ଯୁବତୀ ଦୁଷ୍କର୍ମ କାରୀକୁ ଜେଲ୍‌ ଦଣ୍ଡାଦେଶ ସହ ଜୋରିମାନା appeared first on Odisha.News.