ଅନ୍ୟା ପକ୍ଷରୁ ସ୍ମୃତିରେ ସୁଦର୍ଶନ:ତାଙ୍କ ସୃଜନରେ ଥିଲା ଦର୍ଶନ ଓ ସାହିତ୍ୟର ଅପୂର୍ବ ମିଳନ

ସମ୍ବଲପୁର: ସାହିତ୍ୟ ଅନୁଷ୍ଠାନ ଅନ୍ୟା ପକ୍ଷରୁ ଆଜି ‘ସ୍ମୃତିରେ ସୁଦର୍ଶନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ଭବନରେ କବି ଡ଼ଃ. ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ପୂଜାରୀଙ୍କ ଜୀବନ ଓ ସାହିତ୍ୟ ସୃଜନ ଉପରେ ବକ୍ତାମାନେ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯୁବ ପିଢ଼ିଙ୍କ ପାଇଁ ସେ ଥିଲେ ପଥ ପ୍ରଦର୍ଶକ, ଭାଷା ଓ ଶବ୍ଦ ଉପରେ ତାଙ୍କର ସ୍ବତନ୍ତ୍ର ସ୍ପର୍ଶ ରହିଥିଲା। ଦର୍ଶନ ଓ […] The post ଅନ୍ୟା ପକ୍ଷରୁ ସ୍ମୃତିରେ ସୁଦର୍ଶନ:ତାଙ୍କ ସୃଜନରେ ଥିଲା ଦର୍ଶନ ଓ ସାହିତ୍ୟର ଅପୂର୍ବ ମିଳନ appeared first on Odisha.News.

ଅନ୍ୟା ପକ୍ଷରୁ ସ୍ମୃତିରେ ସୁଦର୍ଶନ:ତାଙ୍କ ସୃଜନରେ ଥିଲା ଦର୍ଶନ ଓ ସାହିତ୍ୟର ଅପୂର୍ବ ମିଳନ

ସମ୍ବଲପୁର: ସାହିତ୍ୟ ଅନୁଷ୍ଠାନ ଅନ୍ୟା ପକ୍ଷରୁ ଆଜି ‘ସ୍ମୃତିରେ ସୁଦର୍ଶନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ଭବନରେ କବି ଡ଼ଃ. ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ପୂଜାରୀଙ୍କ ଜୀବନ ଓ ସାହିତ୍ୟ ସୃଜନ ଉପରେ ବକ୍ତାମାନେ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯୁବ ପିଢ଼ିଙ୍କ ପାଇଁ ସେ ଥିଲେ ପଥ ପ୍ରଦର୍ଶକ, ଭାଷା ଓ ଶବ୍ଦ ଉପରେ ତାଙ୍କର ସ୍ବତନ୍ତ୍ର ସ୍ପର୍ଶ ରହିଥିଲା। ଦର୍ଶନ ଓ ସାହିତ୍ୟର ଅପୂର୍ବ ମିଳନ ତାଙ୍କ ସାହିତ୍ୟରେ ଲକ୍ଷ୍ୟ କରାଯାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ କବି ରାମକୃଷ୍ଣ ବକ୍ତା ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଡ. ଗୌରିଦାସ ପଧାନ ସଂଯୋଜନା କରିଥିଲେ। ଏହି ଅବସରରେ ମୀନକେତନ ପାଠୀ, ସାବିତ୍ରୀ ପୁରୋହିତ, ଦୁର୍ଗ। ପଣ୍ଡା, ସରୋଜ ମହାନ୍ତି , ମୁକ୍ତକଣ୍ଠ ପ୍ରଧାନ ଏବଂ ତଫିଜୁଲ ହୁସେନ ସ୍ବର୍ଗତ ପୂଜାରୀଙ୍କ ରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହୃଷିକେଶ ପୂଜାରୀ, ଗୋବିନ୍ଦ ମହାରଣା, ସତ୍ୟନାରାୟଣ ଠାକୁର, ବୃନ୍ଦାବନ ମିଶ୍ର, ମନୋଜ ପଣ୍ଡା, କମଲ ଲୋଚନ ପଣ୍ଡା, ପ୍ରଶାନ୍ତ ମାଝୀ, ଦିଲୀପ ଦେବ, ଜୟକୃଷ୍ଣ ବେହେରା, ବ୍ରଜେନ୍ଦ୍ର ନାୟକ, ବିଭୁତି ମିଶ୍ର, ମମତା ନାଥ, ପ୍ରୀତିନନ୍ଦା ପାଣିଗ୍ରାହୀ, ପ୍ରଫୁଲ୍ଲ ହୋତା, ପ୍ରଭଞ୍ଜନ ପୁରୋହିତ, ଚନ୍ଦ୍ର ଭୂଷଣ ପୃଷେଠ, ପରିତୋଷ ପାଣିଗ୍ରାହୀ, ରମେଶ ମିର୍ଦ୍ଧ।, ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

The post ଅନ୍ୟା ପକ୍ଷରୁ ସ୍ମୃତିରେ ସୁଦର୍ଶନ:ତାଙ୍କ ସୃଜନରେ ଥିଲା ଦର୍ଶନ ଓ ସାହିତ୍ୟର ଅପୂର୍ବ ମିଳନ appeared first on Odisha.News.