ଭାରତ ଉପରେ ୨୬% ଟାରିଫ୍ ଲଗାଇଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ବିଶ୍ୱ ଆମଦାନୀ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ‘ରେସିପ୍ରୋକଲ୍ଳ୍କ ଟାରିଫ୍’ ଅଧୀନରେ, ଆମେରିକା ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଭାରତ ଉପରେ ୨୬%, ଜାପାନ ଉପରେ ୨୪% ଏବଂ ତାଇୱାନ ଉପରେ ୩୨% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ୱତନ୍ତ୍ର ଭାବରେ ଭାରତ ବିଷୟରେ […] The post ଭାରତ ଉପରେ ୨୬% ଟାରିଫ୍ ଲଗାଇଲା ଆମେରିକା appeared first on Odisha.News.
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ବିଶ୍ୱ ଆମଦାନୀ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ‘ରେସିପ୍ରୋକଲ୍ଳ୍କ ଟାରିଫ୍’ ଅଧୀନରେ, ଆମେରିକା ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଭାରତ ଉପରେ ୨୬%, ଜାପାନ ଉପରେ ୨୪% ଏବଂ ତାଇୱାନ ଉପରେ ୩୨% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ୱତନ୍ତ୍ର ଭାବରେ ଭାରତ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଭାରତ ଆମେରିକୀୟ ମୋଟରସାଇକେଲ ଉପରେ ୭୦% ଟିକସ ଆଦାୟ କରେ, କିନ୍ତୁ ଆମେରିକା ଭାରତୀୟ ମୋଟରସାଇକେଲ ଉପରେ କେବଳ ୨.୪% ଟିକସ ଆଦାୟ କରିଥାଏ। ସେ ଆହୁରି ମଧ୍ଯ କହିଥିଲେ ଯେ ଏହା ଉଚିତ୍ ନୁହେଁ ଏବଂ ଏବେ ଆମେରିକା ମଧ୍ୟ ସମାନ ଟିକସ ଲାଗୁ କରିବ। ସମସ୍ତ ବିଦେଶୀ ନିର୍ମିତ ଅଟୋମୋବାଇଲ ଉପରେ ଆମେରିକାର ୨୫% ଶୁଳ୍କ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହୋଇଛି।
ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ, ବଣ୍ଡ ବୃଦ୍ଧି ପାଇଥିଲା ବେଳେ ଡଲାର ମଧ୍ଯ ଗତି ଧରିଥିଲା। ଏହି ଘୋଷଣା ପରେ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଏସୀୟ ବଜାରରେ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ମଧ୍ୟ ଚାପ ଦେଖାଯାଇପାରେ। ଟ୍ରମ୍ପଙ୍କ ପ୍ରସ୍ତାବିତ ୨୫ ପ୍ରତିଶତ ଶୁଳ୍କ ଯୋଗୁଁ ବିଶ୍ବ ଅର୍ଥନୀତିରୁ ୧.୪ ଟ୍ରିଲିଅନ ଡଲାର ଆୟ ପ୍ରଭାବିତ ହେବ ।ଏହା ବିଶ୍ବ ବାଣିଜ୍ୟକୁ ବ୍ୟାପକ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ଏହାଦ୍ବାରା ଭାରତ, ବ୍ରିଟେନ, ଜାପାନ ଏବଂ ଦକ୍ଷିଣ କୋରିଆ ଆଦି ରାଷ୍ଟ୍ର ଗୁଡିକର ଅର୍ଥନୀତିରେ ପରବର୍ତ୍ତନ ପରିଲକ୍ଷିତ ହୋଇପାରେ।
The post ଭାରତ ଉପରେ ୨୬% ଟାରିଫ୍ ଲଗାଇଲା ଆମେରିକା appeared first on Odisha.News.