ଅଜଣା ଗାଡି ଧକ୍କାରେ ପୁଲିସ ଜିପ ଡ୍ରାଇଭରଙ୍କ ମୃତ୍ୟୁ
ଗୋପାଳପୁର: ଗତ ୨୬ ତାରିଖ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ସାମ୍ନା ୧୬ ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଗୁରୁତର ପୁଲିସ ଜିପ ଡ୍ରାଇଭର ଶ୍ରୀପତି କାର୍ଜିଙ୍କ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀପତି ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନାରେ ଜିପ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୬ ତାରିଖ ରାତିରେ ନିଜ ବାଇକରେ ଘରକୁ ଫେରୁଥିବା ବେଳେ କନିଷି ଢ଼ାବା ସାମ୍ନାରେ ଜାତୀୟ ରାଜପଥରେ […]

ଗୋପାଳପୁର: ଗତ ୨୬ ତାରିଖ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ସାମ୍ନା ୧୬ ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଗୁରୁତର ପୁଲିସ ଜିପ ଡ୍ରାଇଭର ଶ୍ରୀପତି କାର୍ଜିଙ୍କ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶ୍ରୀପତି ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନାରେ ଜିପ ଡ୍ରାଇଭର ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୬ ତାରିଖ ରାତିରେ ନିଜ ବାଇକରେ ଘରକୁ ଫେରୁଥିବା ବେଳେ କନିଷି ଢ଼ାବା ସାମ୍ନାରେ ଜାତୀୟ ରାଜପଥରେ ତାଙ୍କୁ ପଛପଟୁ କୌଣସି ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗୋଳନ୍ଥରା ଥାନା କେଶ ନଂ ୨୮୨/୨୪ ରେ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଜାରୀ ରହିଥିବା ତଦନ୍ତ ଅଧିକାରୀ ଗୁଣନିଧି ରାଉତ ସୂଚନା ଦେଇଛନ୍ତି।