ବାଲେଶ୍ବର ସହରରେ କାଲିଠୁ ଚାଲିବ ମୋବାଇଲ ଇଣ୍ଟରନେଟ୍‌, ପୌରାଞ୍ଚଳରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ବାଲେଶ୍ବର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ପରେ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପର୍ଯ୍ୟାୟକ୍ରମେ କୋହଳ କରିଛି ପ୍ରଶାସନ। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା କର୍ଫ୍ୟୁ କୋହଳ କରଯାଇଛି। ଅନ୍ୟପଟେ କାଲି ଠାରୁ ସହରରେ ମୋବାଇଲ ଇଣ୍ଟରନେଟ ସେବା ମିଳିବା ସହ ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ସୂଚନା […]

ବାଲେଶ୍ବର ସହରରେ କାଲିଠୁ ଚାଲିବ ମୋବାଇଲ ଇଣ୍ଟରନେଟ୍‌, ପୌରାଞ୍ଚଳରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ
Mobile internet will be available in Balasore city from tomorrow

ବାଲେଶ୍ବର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ପରେ ପୌରାଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁକୁ ପର୍ଯ୍ୟାୟକ୍ରମେ କୋହଳ କରିଛି ପ୍ରଶାସନ। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା କର୍ଫ୍ୟୁ କୋହଳ କରଯାଇଛି।

ଅନ୍ୟପଟେ କାଲି ଠାରୁ ସହରରେ ମୋବାଇଲ ଇଣ୍ଟରନେଟ ସେବା ମିଳିବା ସହ ସକାଳୁଆ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ।

ଏଥି ସହିତ ଗୋଷ୍ଠୀ ସଂଘର୍ଷରେ ମୋଟ ମାମଲା ସଂଖ୍ୟା ୨୧ ଓ ଗିରଫ ସଂଖ୍ୟା ୮୯ରେ ପହଞ୍ଚିଛି। ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିଥିବା ବିଷୟରେ ଗୋଟିଏ ମାମଲା ରୁଜୁ ହୋଇଛି ବୋଲି ଏସପି ସାଗରିକା ନାଥ କହିଛନ୍ତି।