ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ : ଏମିତି କହିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା। ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କୁ... The post ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ : ଏମିତି କହିଲା କଂଗ୍ରେସ appeared first on .

ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ : ଏମିତି କହିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା। ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନ଼ା କରିଛନ୍ତି। ପରିଚାଳନା ଅବ୍ୟବସ୍ଥା ଅଭିଯୋଗ ଆଣିଛନ୍ତି ଭକ୍ତଚରଣ ଦାସ। ଭକ୍ତଙ୍କ ପ୍ରତି ଅବହେଳା କରାଯାଇଛି। କେବଳ ପାସଧାରୀଙ୍କୁ ସୁବିଧା ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଭିଆଇପି ପାସଧାରୀଙ୍କ ସୁରକ୍ଷାକୁ ସରକାର ଗୁରୁତ୍ଵ ଦେଇଛନ୍ତିି। ହେଲେ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ଘୋର ଅବହେଳା କରାଯାଇଛି। ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ସରକାରକୁ ସମାଲୋଚନା କରିଛନ୍ତି। କହିଲେ,  ମୁଖ୍ୟମନ୍ତ୍ରୀ କହିଥିଲେ ଏ ରଥଯାତ୍ରା ଐତିହାସିକ ଓ ଅବିସ୍ମରଣୀୟ ହେବ। ସତରେ ଏହାକୁ ଐତିହାସିକ କରିଦେଲେ। ବିଜେପି ସରକାର ଅମଳରେ ମହାପ୍ରଭୁଙ୍କ ମୋଦକ ଚୋରି ହେଲା।

ଯାହା କୌଣସି ସରକାର ସମୟରେ ହୋଇ ନଥିଲା। ନନ୍ଦିଘୋଷ ଘୋଷଯାତ୍ରାରେ ଗଡ଼ିପାରିଲାନି। ୭ଶହରୁ ଅଧିକ ଭକ୍ତ ଆହତ ହୋଇଛନ୍ତି, ଯାହାର ସଠିକ ତଥ୍ୟ ସରକାର ଦେଉନାହାନ୍ତି। ଦଳାଚକଟାରେ  ୩ ଜଣ ପ୍ରାଣ ହରାଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ନହେବାରୁ ଏହା ହେଲା। SP ଓ ଜିଲ୍ଲାପାଳ ସକାଳ ୮ଟାରେ ପହଁଚିଥିଲେ। ଏ ସବୁ ଅଘଟଣ ପାଇଁ ସରକାର ହିଁ ଦାୟୀ ବୋଲି କହିଛନ୍ତି ଜୟଦେବ ଜେନା। କେବଳ ପ୍ରଚାର ପ୍ରସାର ହିଁ କଲେ। ବାହାସ୍ଫୋଟ ମାରିଲେ।  ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ କି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଏମିତି କେବେ ହୋଇ ନଥିଲା। କେବଳ ବିଜେପି ନେତାଙ୍କୁ ଦର୍ଶନ ପାସ ଦିଆଗଲା।  ଯେଉଁଥିପାଇଁ ସାମ୍ବାଦିକ ବି ଭିତରକୁ ଯାଇପାରିଲେ ନାହିଁ। ଏହି ସରକାରର ବିଚାର ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ କରିବେ ।

The post ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ : ଏମିତି କହିଲା କଂଗ୍ରେସ appeared first on .