ତାତିରେ କଲବଲ ସାରା ଓଡ଼ିଶା: ୪୭ ଡିଗ୍ରୀରେ ଫୁଟିଲା ଝାରସୁଗୁଡ଼ା, ୪୫ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ଵର: ତତଲା କଡ଼େଇରେ ଓଡ଼ିଶା। ପ୍ରଚଣ୍ଡ ଗରମ ଓ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା  ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି। ଯାହା ଚଳିତ ଗ୍ରୀଷ୍ମର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ୯ ସହରରେ ପାରଦ ୪୫ ଡିଗ୍ରୀ ଥିବା ବେଳେ ମୋଟାମୋଟି ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଟିଟିଲାଗଡ଼ ୪୬.୫ ଡିଗ୍ରୀ ସହ ଦ୍ଵିତୀୟରେ ରହିଛି। ସେହିପରି ବରଗଡ଼ରେ ୪୬.୩ ଡିଗ୍ରୀ, ସମ୍ବଲପୁରରେ ୪୬.୨, ମାଲକାନଗିରି ଓ  ସୋନପୁରରେ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭବାନୀପାଟଣାରେ ୪୫.୫ ଡିଗ୍ରୀ, ବଲାଙ୍ଗୀରରେ ୪୫.୩ ଓ ହୀରାକୁଦରେ ପାରଦ ୪୫.୨ ଡିଗ୍ରୀ ରହିଛି। ରାଉରକେଲାରେ ୪୪.୯, ନୂଆପଡ଼ାରେ ୪୪.୫, ବୌଦ୍ଧରେ ୪୪.୧, ସୁନ୍ଦରଗଡ଼ରେ ୪୩.୬, ଫୁଲବାଣୀରେ ୪୩.୪, ଅନୁଗୁଳରେ ୪୨.୩, ତାଳଚେରରେ ୪୨.୨, କେନ୍ଦୁଝରରେ ୪୧.୪, ପାରଳାଖେମୁଣ୍ଡିରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। 

ତାତିରେ କଲବଲ ସାରା ଓଡ଼ିଶା: ୪୭ ଡିଗ୍ରୀରେ ଫୁଟିଲା ଝାରସୁଗୁଡ଼ା, ୪୫ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ଵର: ତତଲା କଡ଼େଇରେ ଓଡ଼ିଶା। ପ୍ରଚଣ୍ଡ ଗରମ ଓ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକାଶରୁ ଅଗ୍ନି ବର୍ଷା  ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଜି ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି। ଯାହା ଚଳିତ ଗ୍ରୀଷ୍ମର ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟର ୯ ସହରରେ ପାରଦ ୪୫ ଡିଗ୍ରୀ ଥିବା ବେଳେ ମୋଟାମୋଟି ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। 

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଟିଟିଲାଗଡ଼ ୪୬.୫ ଡିଗ୍ରୀ ସହ ଦ୍ଵିତୀୟରେ ରହିଛି। ସେହିପରି ବରଗଡ଼ରେ ୪୬.୩ ଡିଗ୍ରୀ, ସମ୍ବଲପୁରରେ ୪୬.୨, ମାଲକାନଗିରି ଓ  ସୋନପୁରରେ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭବାନୀପାଟଣାରେ ୪୫.୫ ଡିଗ୍ରୀ, ବଲାଙ୍ଗୀରରେ ୪୫.୩ ଓ ହୀରାକୁଦରେ ପାରଦ ୪୫.୨ ଡିଗ୍ରୀ ରହିଛି। ରାଉରକେଲାରେ ୪୪.୯, ନୂଆପଡ଼ାରେ ୪୪.୫, ବୌଦ୍ଧରେ ୪୪.୧, ସୁନ୍ଦରଗଡ଼ରେ ୪୩.୬, ଫୁଲବାଣୀରେ ୪୩.୪, ଅନୁଗୁଳରେ ୪୨.୩, ତାଳଚେରରେ ୪୨.୨, କେନ୍ଦୁଝରରେ ୪୧.୪, ପାରଳାଖେମୁଣ୍ଡିରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି।