ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ
ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ)-ବଲିଉଡ଼ର ଫଲି କଳାକାର ବରୁଣ ବିଶୋଇଙ୍କୁ ଦାରିଙ୍ଗବାଡି ବ୍ଲକ ଦନେକବାଡି ବିରାଗଡା଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟଳୟର ପ୍ରଧାନଶିକ୍ଷକ ବ୍ରଜ କିଶୋର ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବଲିଉଡ଼ କଳାକାର ବରୁଣ ବିଶୋଇ ଓ ତାଙ୍କ ଟିମ ଶିବଶମ୍ଭୁ ଦିଗାଲ, ଶ୍ରୀକ୍ଷେତ୍ର ଦିଗାଲ,ରୋଜାଲିନ ବିଶୋଇଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ବାଗତ ସହ ସମ୍ବର୍ଦ୍ଧନା କରାଯାଇଥିଲା। ବରୁଣ ଓ ଟିମ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ କରିବା […] The post ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ appeared first on Dharitri Odia News.
ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ)-ବଲିଉଡ଼ର ଫଲି କଳାକାର ବରୁଣ ବିଶୋଇଙ୍କୁ ଦାରିଙ୍ଗବାଡି ବ୍ଲକ ଦନେକବାଡି ବିରାଗଡା଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟଳୟର ପ୍ରଧାନଶିକ୍ଷକ ବ୍ରଜ କିଶୋର ସିଂଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବଲିଉଡ଼ କଳାକାର ବରୁଣ ବିଶୋଇ ଓ ତାଙ୍କ ଟିମ ଶିବଶମ୍ଭୁ ଦିଗାଲ, ଶ୍ରୀକ୍ଷେତ୍ର ଦିଗାଲ,ରୋଜାଲିନ ବିଶୋଇଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ବାଗତ ସହ ସମ୍ବର୍ଦ୍ଧନା କରାଯାଇଥିଲା। ବରୁଣ ଓ ଟିମ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ବଲିଉଡ଼ କଳାକାର ବରୁଣ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜର ସଂଘର୍ଷର କାହାଣୀ କହିବା ସହ ସଫଳତା ଗୋଟିଏ ଦିନରେ ନୁହେଁ,ଲଗାତାର ଭାବେ ପରିଶ୍ରମ କରିବା ସହ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ସେ କିଭଳି ସଂଘର୍ଷ କରି ଆଜି ସାରା ଭାରତ ବର୍ଷ ରେ ସ୍ବତନ୍ତ୍ର ନାମ ସୃଷ୍ଟି କରିପାରିଛନ୍ତି ବୋଲି ସେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ କହିଥିଲେ। ଛାତ୍ରୀଛାତ୍ରଙ୍କ ଉତ୍ତମ ପାଠ ପା ପାଇଁ ଆବଶ୍ୟକ ଗାଇଡ଼ ପୁସ୍ତକ ସହ ପାଠ୍ୟ ଉପକରଣ ଯୋଗାଇଦେଇଥିଲେ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ର ଙ୍କୁ ସେ ବିଭିନ୍ନ ଉପଦେଶ ଦେବା ସହ ସେମାନଙ୍କୁ ସହାୟତା କରି ନିଜକୁ ଗର୍ବ ଅନୁଭବ କରୁଥିବା ବରୁଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲିଉଡ଼ କଳାକାର ବରୁଣ ବିଶୋଇ ହିନ୍ଦୀ ଚଳଚିତ୍ର ଗଦର ଟୁ ସମେତ ସ୍ତ୍ରୀ -ଟୁ, ଓଡ଼ିଆ ଫିଲ୍ମ ଦମନ,ବିଗୁଲ ଭଳି ଫିଲ୍ମ ରେ ଫଲି ରେକର୍ ଭାବେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିଛନ୍ତି। ଆଗକୁ ନୂଆ ଓଡ଼ିଆ ଚଳଚିତ୍ର ପରବ ପାଇଁ ସେ ଫଲି ରେକର୍ କାର୍ଯ୍ୟ କରୁଛନ୍ତି ଯେଉଁଠି ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧରୀ ଭଳି ବରିଷ୍ଠ ଓଲିଉଡ଼ କଳାକାର ଅଭିନୟ କରୁଛନ୍ତି।
The post ବଲିଉଡ଼ କଳାକାର ବରୁଣଙ୍କୁ ଜୋରଦାର ସ୍ବାଗତ: ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ କଲେ ବଣ୍ଟନ appeared first on Dharitri Odia News.