ଆଗାମୀ ୪ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ଯରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଗାମୀ ୪ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି... The post ଆଗାମୀ ୪ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ appeared first on .

ଆଗାମୀ ୪ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ଯରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଗାମୀ ୪ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆହୁରି ଖରା ବଢିବା ସହିତ ଅସହ୍ୟ ଗରମ ଅନୁଭୂତ ହେବ। ୪ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ।

ଆଜି ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ଼ ଓ ୧୭ ତାରିଖ ପାଇଁ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ପାଇଁ ଆଲର୍ଟ ଜାରି କରାଯାଇଛି । ଖରା ପାଇଁ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

The post ଆଗାମୀ ୪ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ appeared first on .