ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା; ୧୩ ମୃତ, ୧୨ ଆହତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ୧୨ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରାୟପୁର-ବାଲୋଦାବଜାର ରୋଡର ସାରାଗାଁ ନିକଟରେ ଘଟିଛି। ଏଠାରେ ଏକ ଛୋଟ ଟ୍ରକ୍ ଏବଂ ଏକ ଟ୍ରଲର ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଲୋକମାନେ ଚୌଥିଆ ଛଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […] The post ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା; ୧୩ ମୃତ, ୧୨ ଆହତ appeared first on Odisha.News.

ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା; ୧୩ ମୃତ, ୧୨ ଆହତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଆହୁରି ୧୨ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରାୟପୁର-ବାଲୋଦାବଜାର ରୋଡର ସାରାଗାଁ ନିକଟରେ ଘଟିଛି। ଏଠାରେ ଏକ ଛୋଟ ଟ୍ରକ୍ ଏବଂ ଏକ ଟ୍ରଲର ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଲୋକମାନେ ଚୌଥିଆ ଛଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଅନ୍ୟ କେତେକ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା।

ଏନେଇ ରାୟପୁର ଏସପି ଲାଲ ଉମ୍ମେଦ ସିଂହ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ “ଚତୌଡ ଗାଁର କିଛି ଲୋକ ଛଟି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାନା ବନାରସୀ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବାଲୋଦାବଜାର ରୋଡ୍ ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ୧୨ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

The post ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା; ୧୩ ମୃତ, ୧୨ ଆହତ appeared first on Odisha.News.