ଲଖନପୁର ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

ଝାରସୁଗୁଡ଼ା ୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ଯୁଗ୍ମ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା ,ଗୋଷ୍ଠୀ […] The post ଲଖନପୁର ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର appeared first on Odisha.News.

ଲଖନପୁର ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର

ଝାରସୁଗୁଡ଼ା ୨୮/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଆଜି ଯୁଗ୍ମ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରବୀର କୁମାର ନାୟକ,ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଲ, ଅତିରିକ୍ତ ଉପ ଜିଲ୍ଲାପାଳ ଭିକ୍ଟୋରିଆ ଏକ୍କା, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୫୫ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୩ଟି ସାମୁହିକ ଓ ୩୨ଟି ବ୍ୟକ୍ତିଗତ ରହିଥିଲା। ଏଥିମଧ୍ୟରୁ ୧୯ ଖଣ୍ଡ ମୌଜା ଅମ୍ବାପାଲି ପଥର ଖାଦାନରେ କାରଖାନା ନିର୍ଗତ ବିଷାକ୍ତ ପାଉଁଶ ଡମ୍ପିଂକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଉବୁଡ଼ା ଗ୍ରାମରେ ସୁଖବାସୀ ପରିବାର ଚିହ୍ନଟ, ଅତାବିରା ବାପୁନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଚିଖିଲାପାଲି ଗ୍ରାମରେ ଗଭୀର ନଳକୂପ ସକାଶେ ବିଦ୍ୟୁତ ସଂଯୋଗ, ପୂଜାରିପାଲିରେ ଟି ଆର ଏଲ୍ କ୍ରୋସାକି ଦ୍ୱାରା ପଥର ବ୍ଲାଷ୍ଟିଂ ଓ ପଥର ଗୁଣ୍ଡ ଜନିତ ସମସ୍ୟା, ମୁଚବାହାଲ ଶାସ୍ତ୍ରୀ ଛକଠାରୁ ଜୋରାବଗା କଣ୍ଟାଟିକ୍ରା ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵରେ ବେଆଇନ କୋଇଲା ଟ୍ରକ ପାର୍କିଂ ଜନିତ ସମସ୍ୟା ଓ ଦୁର୍ଘଟଣା, ବନ୍ଧବାହାଲ ନୂଆ ଗୌଡ଼ପଡ଼ାରେ ଡ୍ରେନ ନିର୍ମାଣ, ଠେବରା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ, ଭିକମପାଲିରେ ଚାଷ ଜମି ସକାଶେ ଖୋଳା ଯାଇଥିବା ଗଭୀର ନଳକୂପରେ ପମ୍ପ ସଂଯୋଗ, ଲଖନପୁର ଆଦର୍ଶ ବିଦ୍ୟାଳୟ ବସ ଡ୍ରାଇଭରଙ୍କୁ ମାସିକ ଦରମା ପ୍ରଦାନ, ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯୋଗାଇ ଦିଆ ଯାଇଥିବା ବିଦ୍ୟାଳୟ ୟୁନିଫର୍ମ ବାବଦକୁ ପ୍ରାପ୍ୟ, ଅମାପାଲି ସଂଲଗ୍ନ ବ୍ରିଜରେ ଟ୍ରେଲର ଚଳାଚଳ ତଥା ବିଷାକ୍ତ ପାଉଁଶ ଯୋଗୁ ହେଉଥିବା କ୍ଷୟକ୍ଷତି ଏବଂ ସେମିଲିଆ ଆର ଡି ରୋଡ଼ରୁ ମହୁଲପାଲି ବ୍ରିଜ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ଵରାନ୍ବିତ କରାଯିବା ସମ୍ପର୍କିତ ସାମୂହିକ ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରା ଯାଇଥିଲା । ସେହିପରି ଶିବିରରେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ଉପରେ ମଧ୍ୟ ଶୁଣାଣି କରା ଯାଇଥିଲା । ଅଭିଯୋଗ ସମ୍ବନ୍ଧରେ ତର୍ଜମା ପୂର୍ବକ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

The post ଲଖନପୁର ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର appeared first on Odisha.News.