ଭୁବନେଶ୍ୱରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କରୋନା। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସିଙ୍ଗାପୁର ଏବଂ ହଂକଂରେ କରୋନା ମାମଲା ବୃଦ୍ଧି ପାଇଛି। ନିକଟରେ ଭାରତର ଦୁଇ ଜଣ କରୋନା ସଂକ୍ରମଣ ପୀଡିତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇର KEM ହସ୍ପିଟାଲରେ କୋଭିଡ-୧୯ ରେ ସଂକ୍ରମିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। […] The post ଭୁବନେଶ୍ୱରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ appeared first on Odisha.News.

ଭୁବନେଶ୍ୱରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଲା କରୋନା। ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ସିଙ୍ଗାପୁର ଏବଂ ହଂକଂରେ କରୋନା ମାମଲା ବୃଦ୍ଧି ପାଇଛି। ନିକଟରେ ଭାରତର ଦୁଇ ଜଣ କରୋନା ସଂକ୍ରମଣ ପୀଡିତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇର KEM ହସ୍ପିଟାଲରେ କୋଭିଡ-୧୯ ରେ ସଂକ୍ରମିତ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା। ଜଣେ ରୋଗୀଙ୍କ ମୁଖ କର୍କଟ ରୋଗ ହୋଇଥିଲା, ଅନ୍ୟ ଜଣେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ରୋଗରେ ପୀଡିତ ଥିଲେ। ତେବେ ଉଭୟଙ୍କ ମୃତ୍ୟୁ କୋଭିଡ୍-୧୯ ଯୋଗୁଁ ନୁହେଁ ବରଂ ପୂର୍ବରୁ ଥିବା ରୋଗ ଯୋଗୁଁ ହୋଇଥିଲା ବୋଲି କୁହାଯାଇଛି।

The post ଭୁବନେଶ୍ୱରରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ appeared first on Odisha.News.