ସୁଇମିଂ ପୁଲ୍‌ରେ ସେଲୁନ୍‌, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ସହରରେ ସେଲୁନ୍‌ ଥିବାର ଦେଖିଥିବେ। ଆଜିକାଲି ଟେକ୍ନୋଲୋଜିକୁ ସବୁଆଡ଼େ ପ୍ରାଧାନ୍ୟ ଦିଆଯାଉଛି। କିଛି ଅଲଗା କରିବାକୁ ଦୋକାନୀ ଏପରି କିଛି କରନ୍ତି ଯାହା ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେବଳ ସେଲୁନ୍‌ ଭିତରେ କେଶ କାଟାଯାଉ ନାହିଁ ମାଛ ଧରିବା ମଧ୍ୟ ହେଉଛି। ଆପଣ ବିଭିନ୍ନ ପ୍ରକାରର ସେଲୁନ୍‌ ଏବଂ ସ୍ପା ଦେଖିଥିବେ। ମାତ୍ର ଉପରେ କେଶକଟା ଆଉ ତଳେ ମାଛଧରା […] The post ସୁଇମିଂ ପୁଲ୍‌ରେ ସେଲୁନ୍‌, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ… appeared first on Dharitri Odia News.

ସୁଇମିଂ ପୁଲ୍‌ରେ ସେଲୁନ୍‌, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ…

ପ୍ରତ୍ୟେକ ସହରରେ ସେଲୁନ୍‌ ଥିବାର ଦେଖିଥିବେ। ଆଜିକାଲି ଟେକ୍ନୋଲୋଜିକୁ ସବୁଆଡ଼େ ପ୍ରାଧାନ୍ୟ ଦିଆଯାଉଛି। କିଛି ଅଲଗା କରିବାକୁ ଦୋକାନୀ ଏପରି କିଛି କରନ୍ତି ଯାହା ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏବେ ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେବଳ ସେଲୁନ୍‌ ଭିତରେ କେଶ କାଟାଯାଉ ନାହିଁ ମାଛ ଧରିବା ମଧ୍ୟ ହେଉଛି।

ଆପଣ ବିଭିନ୍ନ ପ୍ରକାରର ସେଲୁନ୍‌ ଏବଂ ସ୍ପା ଦେଖିଥିବେ। ମାତ୍ର ଉପରେ କେଶକଟା ଆଉ ତଳେ ମାଛଧରା କେବେ ଦେଖି ନ ଥିବେ। ଏହି ମଜାଳିଆ ଭିଡିଓକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ଓ୍ବାଟର ସେଲୁନ ଏତେ ଆକର୍ଷଣୀୟ ଯେ, ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

 

ଭିଡିଓରେ ଆପଣ ଦେଖିବେ ଯେ ଏକ ସେଲୁନ୍‌ ତଳେ ପାଣିରେ ଭରି ରହିଛି। ଏଠାରେ ଲୋକମାନେ ଚେୟାରରେ ବସି କେଶ କାଟୁଛନ୍ତି। ଯଦି ଆପଣ ଏହି କ୍ଲିପ୍‌ ରେ ଅତି ନିକଟରୁ ଦେଖନ୍ତି, ଅନେକ ଲୋକ କାମ କରୁଛନ୍ତି ଏବଂ ସଂଗୀତର ସ୍ବରରେ ମଜା କରୁଥିବା ଦେଖାଯାଉଛି। ପ୍ରାୟ ଆଣ୍ଠୁଏ ପାଣିରେ ବୁଡ଼ି ଯାଉଥିବାବେଳେ ଏସବୁ ଚାଲିଛି। ଗ୍ରାହକମାନେ ଆଦୌ ପାଣିରେ ବୁଡ଼ି ଯାଉନାହାନ୍ତି ଏହା ଏକ ଭିନ୍ନ କଥା। ଏହି ସମୟରେ ପାଣିରେ ଥିବା ମାଛଧରା ଜାଲରୁ କିଛି ବାହାର କରାଯାଉଛି। ଏହା ଦେଖାଯାଏ ଯେ, ଏହା ମାଛ ହେବ କିନ୍ତୁ ପ୍ରକୃତରେ କେଶକୁ ଏହି ଉପାୟରେ ବାହାର କରି ପାଣି ସଫା କରାଯାଉଛି। ଭିଡିଓ ସହିତ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଓ୍ବାଟର ସେଲୁନ ଇଣ୍ଡୋନେସିଆର ଆସେରେ ଅଛି।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ radenthebarber.lsm ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ୭ ଦିନ ପୂର୍ବରୁ ଶେୟାର କରାଯାଇଛି, ଏହାକୁ ଏପର୍ଯ୍ୟନ୍ତ ୧୬.୭ ମିଲିୟନ ଅର୍ଥାତ୍‌ ୧୬ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଇଣ୍ଟରନେଟ୍‌ରେ ସେମାନେ ଏହା ଦେଖିଛନ୍ତି। ଜଣେ ୟୁଜର କହିଛନ୍ତି, ସେ ଏହି ଆଇଡିଆକୁ ପସନ୍ଦ କରୁନାହାନ୍ତି।

The post ସୁଇମିଂ ପୁଲ୍‌ରେ ସେଲୁନ୍‌, କେଶକଟା ସହ ଚାଲିଛି ମାଛଧରା, ଭିଡିଓ ଦେଖିଲେ… appeared first on Dharitri Odia News.