ପୁଣି ବିବାହ ମଣ୍ଡପରେ ମାତିଲେ ଲୁଟେରା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଗିଫ୍ଟ
ଭୁବନେଶ୍ବର: ଲୁଟର ନୂଆ ତରିକା I ଲୁଟେରାଙ୍କ ଟାର୍ଗେଟ ରେ ରହୁଛି ବିବାହ ମଣ୍ଡପ । ଅତିଥି ବେଶରେ ଜ।ମା ଯୋଡ ହୋଇ ଆସି ପହଁଚୁଛନ୍ତି ବିବାହ ମଣ୍ଡପରେ । ସୁବିଧା ସୁଯୋଗ ଦେଖି ମଣ୍ଡପରେ ଥିବା ବର କନ୍ୟାଙ୍କ ଗିଫ୍ଟ ,ଟଙ୍କା ଓ ଗହଣା ନେଇ ମାରୁଛନ୍ତି ଚମ୍ପଟ । ଏଥର ଘଟଣା ଘଟିଛି ରାଜଧାନୀରେ । କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ଏକ ବାହାଘର ହୋଇଥିଲା। ଏହି ସମୟରେ ଅଜଣା ଦୁର୍ବୃତ୍ତ […]

ଭୁବନେଶ୍ବର: ଲୁଟର ନୂଆ ତରିକା I ଲୁଟେରାଙ୍କ ଟାର୍ଗେଟ ରେ ରହୁଛି ବିବାହ ମଣ୍ଡପ । ଅତିଥି ବେଶରେ ଜ।ମା ଯୋଡ ହୋଇ ଆସି ପହଁଚୁଛନ୍ତି ବିବାହ ମଣ୍ଡପରେ । ସୁବିଧା ସୁଯୋଗ ଦେଖି ମଣ୍ଡପରେ ଥିବା ବର କନ୍ୟାଙ୍କ ଗିଫ୍ଟ ,ଟଙ୍କା ଓ ଗହଣା ନେଇ ମାରୁଛନ୍ତି ଚମ୍ପଟ । ଏଥର ଘଟଣା ଘଟିଛି ରାଜଧାନୀରେ । କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ଏକ ବାହାଘର ହୋଇଥିଲା। ଏହି ସମୟରେ ଅଜଣା ଦୁର୍ବୃତ୍ତ ଆସି ସୁନା ଗହଣା,ଟଙ୍କା ଓ ଗିପ୍ଟ ନେଇଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା,ଗିପ୍ଟ ଚୋରି ଅଭିଯୋଗ ନେଇ ଝିଅର ବାପା ବଡଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ହୋଟେଲରେ କୌଣସି ସିସିଟିଭି ବା ସୁରକ୍ଷା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଝିଅର ବାପା ।
ଗୋଟିଏ ମାସରେ ତିନି ତିନିଟି ମଣ୍ଡପରୁ ହୋଇଛି ଲୁଟ I ପ୍ରଥମ ଲୁଟଟି ସ୍ଥାନୀୟ କଳ୍ପନା ଛକ ନିକଟସ୍ଥ ବଡ଼ଗଡ଼ ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ହୋଇଥିଲା I ସେହିପରି ୩ ଦିନ ଆଗରୁ ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରୁ ଚୋରି ହୋଇଥିବା ବେଳେ ଗତକାଲି ପୁଣିଥରେ ଭୁବନେଶ୍ୱର କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରୁ ଲୁଟ ହୋଇଥିବା ଜଣା ପଡିଛି I