ରାଜି କରାଇବା ପାଇଁ ହୋଇଥିଲା ଫୁଲ ବର୍ଷା
ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ଅନେକ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇଥାଏ । ତାଙ୍କ ଅଭିନୟର ଅନେକ ଫ୍ୟାନ ରହିଥିଲେ । ତାଙ୍କୁ ସେ ସମୟରେ ଯେଉଁ ବି ଫିଲ୍ମରେ ସାଇନ୍ କରାଯାଉଥିଲା ତାହା ହିଟ୍ ହେଉଥିଲା । ତେଣୁ ତାଙ୍କ ପାଖରେ ପ୍ରୋଜେକଫର ଲାଇନ୍ ଲାଗୁଥିଲା । ତେବେ ସେତେବେଳେ କେବଳ ଶ୍ରୀଦେବୀ ନୁହେଁ ଅମିତାଭ ବଚ୍ଚନଙ୍କର ମଧ୍ୟ ଅନେକ କ୍ରେଜ ଦେଖିବାକୁ ମିଳୁଥିଲା । ସମସ୍ତ ଅଭିନେତ୍ରୀ ଚାହୁଁଥିଲେ ଅମିତାଭଙ୍କ ସହିତ ସ୍କ୍ରିନ ସେୟାର […]

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ଅନେକ ସମୟରେ ବିଭିନ୍ନ ଚର୍ଚ୍ଚା ହୋଇଥାଏ । ତାଙ୍କ ଅଭିନୟର ଅନେକ ଫ୍ୟାନ ରହିଥିଲେ । ତାଙ୍କୁ ସେ ସମୟରେ ଯେଉଁ ବି ଫିଲ୍ମରେ ସାଇନ୍ କରାଯାଉଥିଲା ତାହା ହିଟ୍ ହେଉଥିଲା । ତେଣୁ ତାଙ୍କ ପାଖରେ ପ୍ରୋଜେକଫର ଲାଇନ୍ ଲାଗୁଥିଲା । ତେବେ ସେତେବେଳେ କେବଳ ଶ୍ରୀଦେବୀ ନୁହେଁ ଅମିତାଭ ବଚ୍ଚନଙ୍କର ମଧ୍ୟ ଅନେକ କ୍ରେଜ ଦେଖିବାକୁ ମିଳୁଥିଲା । ସମସ୍ତ ଅଭିନେତ୍ରୀ ଚାହୁଁଥିଲେ ଅମିତାଭଙ୍କ ସହିତ ସ୍କ୍ରିନ ସେୟାର କରିବାକୁ କାରଣ ଏହା ତାଙ୍କର କ୍ୟାରିୟରକୁ ଗ୍ରୋଥ ଦେବ । ହେଲେ ଫିଲ୍ମ ‘ଖୁଦା ଗବାହ’ରେ ଅମିତାଭ ଚାହୁଁଥିଲେ ଶ୍ରୀଦେବୀଙ୍କ ସହିତ ସ୍କ୍ରିନ ସେୟାର କରିବାକୁ । ହେଲେ ଶ୍ରୀଦେବୀ ସେହି ସମୟରେ ମହିଳା କୈନ୍ଦ୍ରୀକ ଫିଲ୍ମ କରିବାକୁ ଚାହୁଁଥିଲେ ତେଣୁ ସେ ଏହି ଫିଲ୍ମ ପାଇଁ ରାଜି ନଥିଲେ । ହେଲେ ଅମିତାଭ ଶ୍ରୀଦେବୀଙ୍କୁ ରାଜି କରାଇବା ପାଇଁ ନିଜର ଚେଷ୍ଟା ଜାରି ରଖିଥିଲେ । ସେ ଶ୍ରୀଦେବୀଙ୍କୁ ରାଜି କରାଇବାକୁ ଫୁଲ ବର୍ଷା କରିଥିଲେ ବୋଲି ଚର୍ଚ୍ଚା ହୋଇଥାଏ । ଶ୍ରୀଦେବୀଙ୍କ ଉପରେ ଅମିତାଭ ଏକ ଟ୍ରକ ସାହାଯ୍ୟରେ ଗୋଲାପ ଫୁଲର ବର୍ଷା କରିଥିଲେ ବୋଲି ଚର୍ଚ୍ଚା ହୋଇଥାଏ । ସେହିଭଳି ଏହି ଫିଲ୍ମ ପାଇଁ ଶ୍ରୀଦେବୀଙ୍କର ମଧ୍ୟ ଏକ ସର୍ତ୍ତ ଥିଲା । ସେ ଏଥିରେ ଡବଲ ରୋଲ କରିବାକୁ ଚାହୁଁଥିଲେ । ଏହି ସର୍ତ୍ତରେ ନିର୍ଦ୍ଦେଶକ ରାଜି ମଧ୍ୟ ହୋଇଥିଲେ ତେଣୁ ଶ୍ରୀଦେବୀଙ୍କୁ ଏଥିରେ ଡବଲ ରୋଲରେ ଦେଖିବାକୁ ମିଳିଥିଲା ।