ଏଣିକି ପଞ୍ଚାୟତରେ ଖୋଲିବ ତହସିଲ – ମନ୍ତ୍ରୀ
ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସକୁ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ । ରାଜସ୍ବ ଅଫିସରେ ଲୋକଙ୍କ ଜମିଜମା କାମ ଅନ ଦି ସ୍ପଟ ହେବ । ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ ପାଇଁ ଆଉ ବ୍ଲକ ଯିବାକୁ ପଡ଼ିବ ନାହିଁ […]

ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ତହସିଲ ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମାସକୁ ୨ ଥର ପଞ୍ଜାୟତକୁ ଯିବେ ରାଜସ୍ୱ ଅଧିକାରୀ । ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ । ରାଜସ୍ବ ଅଫିସରେ ଲୋକଙ୍କ ଜମିଜମା କାମ ଅନ ଦି ସ୍ପଟ ହେବ । ରାଜସ୍ୱ ଅଫିସରେ ଜମିଜମା ସମସ୍ୟା ସମାଧାନ ହେବ । ତହସିଲ କାମ ପାଇଁ ଆଉ ବ୍ଲକ ଯିବାକୁ ପଡ଼ିବ ନାହିଁ । ଏଥିପାଇଁ ‘‘ମୋ ପାଞ୍ଚୟତ, ମୋ ତହସିଲ’’ ନାମରେ ଏକ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିବାକୁ ଯାଉଛନ୍ତି।
ଏହାସହ ମୋବାଇଲରେ ୧୮ଟି ରାଜସ୍ବ ସୁବିଧା ପାଇବା ପାଇଁ ସରାକର ବ୍ୟବସ୍ଥା କରିଛନ୍ତି। ଲୋକମାନେ ଘରେ ବସି ମୋବାଇଲରେ ଏହି ସେବା ଗୁଡିକ ମଧ୍ୟ ପାଇପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଏହା ସହ ରାଜସ୍ବ ଆଇନରେ ମଧ୍ୟ ସଂସ୍କାର ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି I କମିବ ରାଜ୍ୟର ଜମି କିସମ ସଂଖ୍ୟା । ୭୦୦୦ ଜମି କିସମ କମି ୨୭ରେ ରଖାଯିବ । ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।
ସେହିଭଳି ଜମି ସତ୍ତ୍ୱର ପରିବର୍ତ୍ତନ ହେବ । ରାଜ୍ୟରେ ରାଜସ୍ୱ ଆଇନରେ ୩୦୦୦ ସତ୍ତ୍ୱର ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି କାଲି ଏତେ ପ୍ରକାରର ସତ୍ତ୍ୱର କୌଣସି ଆବଶ୍ୟକତା ନାହିଁ । ଆବଶ୍ୟକତା ନଥିବା ସତ୍ତ୍ୱକୁ ସରକାର ଉଚ୍ଛେଦ କରିବେ । ଜମି କିସମକୁ ନେଇ ସବୁବେଳେ ଦ୍ଵନ୍ଦ୍ବ ଉପୁଜୁଥିବାରୁ ବ୍ରିଟିଶ ଅମଳର ଏହି ଧାରାକୁ ବଦଳାଯାଉଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।