ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ

ନୂଆଦିଲ୍ଲୀ,୧୩।୫: ସୋମବାର ରାଏବରେଲିରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଆମେଥିରୁ ନୁହେଁ ବରଂ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କୋଟି କୋଟି ଲୋକଙ୍କୁ କୋଟିପତି କରିବ। ୧ ତାରିଖରେ ଯାଦୁ ଘଟିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଏବରେଲିରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ମା (ସୋନିଆ ଗାନ୍ଧୀ) ଙ୍କ […] The post ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ appeared first on Dharitri Odia News.

ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ

ନୂଆଦିଲ୍ଲୀ,୧୩।୫: ସୋମବାର ରାଏବରେଲିରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଆମେଥିରୁ ନୁହେଁ ବରଂ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କୋଟି କୋଟି ଲୋକଙ୍କୁ କୋଟିପତି କରିବ। ୧ ତାରିଖରେ ଯାଦୁ ଘଟିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଏବରେଲିରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ମା (ସୋନିଆ ଗାନ୍ଧୀ) ଙ୍କ ସହ ବସିଥିଲି। ମୁଁ ମୋ ମା’ଙ୍କୁ କହିଥିଲି ଯେ ଏକ କିମ୍ବା ଦୁଇ ବର୍ଷ ପୂର୍ବେ ମୁଁ ଏକ ଭିଡିଓରେ କହିଥିଲି ଯେ ମୋର ଦୁଇ ମା ଅଛନ୍ତି। ଗୋଟିଏ ସୋନିଆ ଗାନ୍ଧୀ ଏବଂ ଅନ୍ୟଟି ଇନ୍ଦିରା ଗାନ୍ଧୀ। ଏହା ହେଉଛି ଉଭୟ ମା’ଙ୍କ କର୍ମକ୍ଷେତ୍ର, ସେଥିପାଇଁ ମୁଁ ରାଏବରେଲରୁ ନିର୍ବାଚନ ଲଢିବାକୁ ଏଠାକୁ ଆସିଛି। ସେ ଏହା ମଧ୍ୟ କହିଛନ୍ତି ଯେ ରାଏବରେଲି ସହ ଆମର ସମ୍ପର୍କ ବର୍ଷ ବର୍ଷ ପୁରୁଣା। ଆମର ମହାନ ଦାଦା ଜବାହରଲାଲ ନେହେରୁ ଏଠାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।
ସେ ଅଭିଯୋଗ କରିଛନ୍ତି ଯେ ଭାଜପା-ଆରଏସଏସର ଲୋକମାନେ ଆମର ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କୋଟି କୋଟି ଲୋକଙ୍କୁ କୋଟିପତି କରିବ। ଯାଦୁ ୧ ଜୁଲାଇରେ ଘଟିବ। ମହିଳା ଆକାଉଣ୍ଟରେ ୮,୫୦୦ ଟଙ୍କା ଜମା ହେବ।

The post ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ appeared first on Dharitri Odia News.