ବିହାର ରାଜନୀତି: ଜିତନ ରାମ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ
ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍ଝୀ ‘ହମ’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି। ଏଥି ସହିତ ଜିତନ ରାମ ମାନ୍ଝୀ ବିଷୟରେ ଏକ ବଡ ଖବର ଆସୁଛି। କଂଗ୍ରେସ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଛି। କଂଗ୍ରେସର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ […] The post ବିହାର ରାଜନୀତି: ଜିତନ ରାମ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ appeared first on Dharitri Odia News.
ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍ଝୀ ‘ହମ’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି। ଏଥି ସହିତ ଜିତନ ରାମ ମାନ୍ଝୀ ବିଷୟରେ ଏକ ବଡ ଖବର ଆସୁଛି। କଂଗ୍ରେସ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଛି।
କଂଗ୍ରେସର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ସେ ଏନଡିଏ ସରକାରରେ ଦୁଇଟି ଆସନ ଦାବି କରୁଛନ୍ତି। ଏହା ଉପରେ ଅଖିଳେଶ ପ୍ରସାଦ ସିଂ ଜିତନ ରାମ ମାନ୍ଝୀଙ୍କୁ ଏକ ଖୋଲା ଅଫର ଦେଇଛନ୍ତି। ସେ କହିଛନ୍ତି ଯେ ସେ ଆମ ସହିତ ଆସିଲେ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦେବୁ। ଏହି ବିବୃତ୍ତି ପରେ ବିହାର ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଏହି ପ୍ରସଙ୍ଗରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ସବୁକିଛି ସାର୍ବଜନୀନ କରାଯାଇପାରିବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଖେଳ ଏବେ ବି ଚାଲିଛି। ସୂଚନାଯୋଗ୍ୟ, ଗ୍ରାଣ୍ଡ ଆଲାଇନ୍ସରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏରେ ଯୋଗ ଦେଇଛନ୍ତି। ଏହି ନୂତନ ସରକାରରେ ଭାଜପାରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ‘ହମ’ ଅଧ୍ୟକ୍ଷ ସନ୍ତୋଷ ସୁମନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନିର୍ଦଳୀୟ ବିଧାୟକ ସୁମିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଜିତନ ରାମ ମାନ୍ଝୀ ଦୁଇଟି ମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି।
The post ବିହାର ରାଜନୀତି: ଜିତନ ରାମ ମାନ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ appeared first on Dharitri Odia News.