ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ହିଞ୍ଜିଳିକାଟୁ, ୨ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାମାୟଣ ବାଦି ନାଟକରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ଜଣଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ନାଟ ମଞ୍ଚରେ ୨ ବିଷଧର ସାପକୁ ଖେଳାଇବା ଓ ଜିଅନ୍ତା ଘୁଷୁରିର ଅନ୍ତବୁଜୁଳା ଖାଇବା ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ ଓ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା […] The post ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ହିଞ୍ଜିଳିକାଟୁ, ୨ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମ କାଞ୍ଜିଅଁଳା ଯାତ୍ରାରେ ରାମାୟଣ ବାଦି ନାଟକରେ ଜିଅନ୍ତା ଘୁଷୁରିକୁ ଝୁଣି ଖାଇବା ଘଟଣାରେ ଜଣଙ୍କୁ ଗିରଫ କରିଛି ହିଞ୍ଜିଳି ପୋଲିସ। ନାଟ ମଞ୍ଚରେ ୨ ବିଷଧର ସାପକୁ ଖେଳାଇବା ଓ ଜିଅନ୍ତା ଘୁଷୁରିର ଅନ୍ତବୁଜୁଳା ଖାଇବା ଏକାଧିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ ଓ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ଓ ଖବର ପ୍ରକାଶ ପରେ ସୋମବାର ହିଞ୍ଜିଳି ପୋଲିସ ଅଭିଯୁକ୍ତ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ଜଣେ କଳାକାରଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ବଡଖରିଡା ଗ୍ରାମର ବିମ୍ବାଧର ଗୌଡ(୫୦)। ସେ ଚିକିଲି ରାମାୟଣ ଦଳରେ ରାକ୍ଷସ ଭୂମିକାରେ ଅଭିନୟ କରି ଏହି ବର୍ବରତା ଅଭିନୟ କରିଥିବା ନେଇ ପୋଲିସ ଥାନାରେ କେସ ନଂ- ୯୮୫/୨୪ରେ ଏକ ମାମଲା ରୁଜୁ କରିଛି। ସୋମବାର ବିମ୍ବାଧରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ। ଏହାସହ ବ୍ରହ୍ମପୁର ବନବିଭାଗ ପକ୍ଷରୁ ଆଉ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଜଣଙ୍କ ହେଲେ ନାଟଦଳ ପରିଚାଳକ ତଥା ଖଲ୍ଲିକୋଟ ଥାନା ଚିକିଲି ଗ୍ରାମର ନାରାୟଣ ସ୍ବାଇଁ ବୋଲି ହିଞ୍ଜିଳିକାଟୁ ବନବିଭାଗ ବନପାଳ ଘରମଣି ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର ବିମ୍ବାଧର ଗୌଡ ହିଞ୍ଜିଳି ପୋଲିସ କେସ ନଂ ୯୮୫/୨୪ ବିଏନଏସ ୨୦୨୩-୩୨୫,(ବିଏନଏସ), ୨୦୨୩-୩(୫) ଆଇନରେ ଜେଏମଏଫସି ହିଞ୍ଜିଳିକାଟୁଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ତେବେ ଅଭିଯୁକ୍ତ କୋର୍ଟରେ ହାଜର ପରେ ସେଠାରୁ ବେଲ ପାଇଥିବା ଜଣାପଡିଛି।
ପ୍ରକାଶ ଯେ, ନଭେମ୍ବର ୨୪ ତାରିଖରେ ହିଞ୍ଜିଳି ଥାନା ରାଳବ ଗ୍ରାମରେ କାଞ୍ଜିଅଁଳା ଯାତ୍ରା ହୋଇଥିଲା। ଯାତ୍ରାରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୨ଟି ଦଳ ପକ୍ଷରୁ ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା। ତେବେ ନାଟକରେ ଲୋକଙ୍କୁ ଷ୍ଟେଜ ପାଖକୁ ଟାଣିବା ପାଇଁ ଅଶ୍ଲୀଳ ନୃତ୍ୟ, ବିଷଧର ସାପ ଖେଳାଇବା ଇତ୍ୟାଦି ପରିବେଷଣ ହୋଇଥିଲା। ଅନ୍ୟ ପକ୍ଷରେ ବର୍ବରତା ଓ ଅମାନବୀୟ ଚିନ୍ତାର ସବୁ ସ୍ତରକୁ ପାର ହୋଇ ଏକ ଜିଅନ୍ତା ଘୁଷୁରିକୁ ଝୁଣି ଖାଇଥିଲେ ରାକ୍ଷସ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ମାନେ। କଳା ନାମରେ କଳଙ୍କ ସୃଷ୍ଟି କରୁଥିଲେ ସୁଦ୍ଧା ଉପସ୍ଥିତ ଦର୍ଶକ ମଧ୍ୟରୁ କେହି ପ୍ରତିବାଦ କରିନଥିଲେ। ବରଂ ହଜାର ହଜାର ବିଭିନ୍ନ ବୟସର ଦର୍ଶକ ଏହାକୁ ଦେଖିଥିଲେ। ଅନେକ ଏହି ବୀଭତ୍ସ ଦୃଶ୍ୟ ର ଭିଡିଓ ପ୍ରସ୍ତୁତ କରିଥିଲେ।
ଅନ୍ୟ ପକ୍ଷରେ ଏହି ବର୍ବରତା ଅଭିନୟ ଚରମସୀମା ଅତିକ୍ରମ କରିଥିଲେ ମଧ୍ୟ ଯାତ୍ରା ରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ସୁରକ୍ଷା ବାହିନୀ ଘଟଣାକୁ ନଜର ଅନ୍ଦାଜ କରିବା ମଧ୍ୟ ତାଜୁବ ସୃଷ୍ଟି କରିଛି। ପଶୁପକ୍ଷୀ ଉପରେ ନିଷ୍ଠୁରତା ପ୍ରଦର୍ଶନ ସମ୍ପର୍କରେ ଜଙ୍ଗଲ ବିଭାଗ ଅଧିକାରୀମାନେ ଜାଣିପାରିଲେ ନାହିଁ। ଏହି ବର୍ବରତା ଅଭିନୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିବାଦ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ଘଟଣା ନେଇ ରାଜ୍ୟରେ ବହୁ କଳାକାର ଏପରି କଳା ନାମରେ କଳଙ୍କ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦୋଷୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରାଗଲେ ଭବିଷ୍ୟତରେ ଏପରି ଘଟଣାର ପୁନର୍ବାର ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି
The post ଜିଅନ୍ତା ଘୁଷୁରି ଝୁଣି ଖାଇବା ପ୍ରସଙ୍ଗ: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.