ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର ପାଇଁ ନୂଆ ଘିଅ ଆସିଛି। ଓମ୍ଫେଡ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି। ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର […] The post ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ appeared first on Dharitri Odia News.

ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର ପାଇଁ ନୂଆ ଘିଅ ଆସିଛି। ଓମ୍ଫେଡ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି।

ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଥିଲା।
ନିମ୍ନମାନର ଘିଅ ବ୍ୟବହାର ହେଉଥିବା ବଡ଼ପଣ୍ଡା ଅଭିଯୋଗ କରିଥିଲେ। ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ଘଟଣା ପରେ ଚାରିଆଡ଼େ ଛନକା ପଶିଛି। ଏ ନେଇ ପ୍ରଶାସନ ତତ୍ପର ହୋଇଉଠିଥିଲା।

 

The post ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ appeared first on Dharitri Odia News.