ମଧ୍ୟରାତ୍ରୀରେ ତରବରିଆ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ଦେବା ଏକ ଅସମ୍ମାନ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ମଧ୍ୟରାତ୍ରୀରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ନୂଆ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରାତ୍ରିରେ ତରବର ହୋଇ ନିଷ୍ପତ୍ତି ନେବା ନିହାତି ଅସମ୍ମାନଜନକ ଏବଂ ଅଶୋଭନୀୟ ବୋଲି ରାହୁଲ କହିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ସମାଲୋଚନା କରିଛନ୍ତି ରାହୁଲ। ନୂଆ ମୁଖ୍ୟ ନିର୍ବାଚନ କମିଶନ ଚୟନ କମିଟିରେ ଥିବା ୩ ଜଣିଆ ସଦସ୍ୟଙ୍କ ଭିତରେ ରାହୁଲ ଗାନ୍ଧୀ ବି ଉପସ୍ଥିତ ଥିଲେ। ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ କରି ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରିବାକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ତରବରିଆ ଭାବରେ ନିଆଯାଇଥିବା ଏହି ନିଷ୍ପତ୍ତି "ଆମର ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା" ଉପରେ କୋଟି କୋଟି ଭୋଟରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି। ପଢନ୍ତୁ- ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ମୁସ୍କିଲ, ଗୃହ ମନ୍ତ୍ରଣାଳୟ ପଠାଇଥିବା ଫାଇଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହରରାହୁଲ କହିଛନ୍ତି " ମୁଖ୍ୟ ନିର୍ବାଚନ କମିଶନ ଚୟନ କରିବା ପାଇଁ ଚୟନ କମିଟି ଗଠନ ଏବଂ ପ୍ରକ୍ରିୟାକୁ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି। ଏବଂ ଏହାର ଶୁଣାଣିକୁ ମାତ୍ର ୪୮ ଘଣ୍ଟାରୁ ବି କମ୍ ସମ
ନୂଆଦିଲ୍ଲୀ: ମଧ୍ୟରାତ୍ରୀରେ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ଦେବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ନୂଆ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମଧ୍ୟରାତ୍ରିରେ ତରବର ହୋଇ ନିଷ୍ପତ୍ତି ନେବା ନିହାତି ଅସମ୍ମାନଜନକ ଏବଂ ଅଶୋଭନୀୟ ବୋଲି ରାହୁଲ କହିଛନ୍ତି। ଏକ୍ସରେ ପୋଷ୍ଟ କରି ଏହି ସମାଲୋଚନା କରିଛନ୍ତି ରାହୁଲ।
ନୂଆ ମୁଖ୍ୟ ନିର୍ବାଚନ କମିଶନ ଚୟନ କମିଟିରେ ଥିବା ୩ ଜଣିଆ ସଦସ୍ୟଙ୍କ ଭିତରେ ରାହୁଲ ଗାନ୍ଧୀ ବି ଉପସ୍ଥିତ ଥିଲେ। ତେବେ ସୁପ୍ରିମକୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ କରି ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରିବାକୁ ନେଇ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ତରବରିଆ ଭାବରେ ନିଆଯାଇଥିବା ଏହି ନିଷ୍ପତ୍ତି "ଆମର ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା" ଉପରେ କୋଟି କୋଟି ଭୋଟରଙ୍କ ଚିନ୍ତାକୁ ବଢ଼ାଇ ଦେଇଛି ବୋଲି ସେ କହିଛନ୍ତି।
ପଢନ୍ତୁ- ସତ୍ୟେନ୍ଦ୍ର ଜୈନଙ୍କ ବଢିଲା ମୁସ୍କିଲ, ଗୃହ ମନ୍ତ୍ରଣାଳୟ ପଠାଇଥିବା ଫାଇଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର
ରାହୁଲ କହିଛନ୍ତି " ମୁଖ୍ୟ ନିର୍ବାଚନ କମିଶନ ଚୟନ କରିବା ପାଇଁ ଚୟନ କମିଟି ଗଠନ ଏବଂ ପ୍ରକ୍ରିୟାକୁ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି। ଏବଂ ଏହାର ଶୁଣାଣିକୁ ମାତ୍ର ୪୮ ଘଣ୍ଟାରୁ ବି କମ୍ ସମୟ ବାକି ଅଛି। ହେଲେ ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ନୂଆ ସିଇସିଙ୍କୁ ଚୟନ କରିବା ପାଇଁ ମଧ୍ୟରାତ୍ରିରେ ଏମିତି ତରବରିଆ ଭାବେ ନିଷ୍ପତ୍ତି ନେବା ଅସମ୍ମାନଜନକ ଏବଂ ଅଶୋଭନୀୟ।"
ସୂଚନା ଥାଉକି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା। ଏହାପରେ ନୂଆ ସିଇସି ନିଯୁକ୍ତ କରାଯାଇଥିଲା। ହେଲେ କମିଟିର ସଦସ୍ୟ ଥିବା ରାହୁଲ ଗାନ୍ଧୀ କିନ୍ତୁ ନିଯୁକ୍ତିକୁ ବିରୋଧ କରିଥିଲେ। ବୁଧବାର ସୁପ୍ରିମକୋର୍ଟରେ ଚୟନ ପ୍ରକ୍ରିୟା ଉପରେ ଏକ ଆବେଦନର ଶୁଣାଣି ହେବାକୁ ରହିଛି ବୋଲି ସେ କହିଥିଲେ।
ସୂଚନା ଥାଉକି, ରାଜୀବ କୁମାରଙ୍କ ପରେ ସିଇସି ହୋଇଥିବା ଜ୍ଞାନେଶ କୁମାର ହେଉଛନ୍ତି ଦେଶର ପ୍ରଥମ ସିଇସି ଯାହାଙ୍କୁ ଚୟନ କରିବା ପାଇଁ ଚୟନ କମିଟିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବଦଳରେ କେନ୍ଦ୍ର ଗୃହମନ୍ତ୍ରୀ ସଦସ୍ୟ କରାଯାଇଛି। ସଂଶୋଧିତ ଆଇନ ଅନୁସାରେ ଏପରି କରାଯାଇଛି।
ଯାହାକୁ ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ସୁପ୍ରିମକୋର୍ଟଙ୍କ ଯାଞ୍ଚକୁ ଏଡାଇବା ପାଇଁ ରାୟ ଆସିବା ପୂର୍ବରୁ ନିଯୁକ୍ତି କରାଯାଇଛି ବୋଲି କଂଗ୍ରେସ କହିଛି।
ଏନେଇ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପାଳ କହିଛନ୍ତି "ଏପରି ନିନ୍ଦନୀୟ ଆଚରଣ ସରକାର କିଭଳି ନିର୍ବାଚନ ପ୍ରକ୍ରିୟାକୁ ନଷ୍ଟ କରୁଛନ୍ତି ସେ ନେଇ ଲୋକଙ୍କ ସନ୍ଦେହକୁ ଏକ ପ୍ରକାର ସୁନିଶ୍ଚିତ କରିଛି। ନକଲି ଭୋଟର ତାଲିକା ହେଉ, କିମ୍ବା EVM ହ୍ୟାକିଂ ବିଷୟରେ ଚିନ୍ତା ହେଉ - ଏପରି ଘଟଣା ଯୋଗୁ ସରକାର ଏବଂ ତାଙ୍କ ଦ୍ୱାରା ନିଯୁକ୍ତ ସିଇସି ନିଶ୍ଚିତ ସନ୍ଦେହର ବିଷୟ।"