IBLA 2024 : ନୀତା ଅମ୍ବାନୀଙ୍କୁ ‘ବ୍ରାଣ୍ଡ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ’ ସମ୍ମାନ
ନୂଆଦିଲ୍ଲୀ ୦୯।୧୨ : ନୀତା ମୁକେଶ ଅମ୍ବାନୀଙ୍କୁ ସମ୍ମାନ । ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ନୀତା ମୁକେଶ ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନରେ ସମ୍ମାନିତ କରାଯାଇଛି । ଡିସେମ୍ବର ୭ ତାରିଖରେ ମୁମ୍ଵାଇରେ ଆୟୋଜିତ ହୋଇଥିବା CNBC-TV18 ଇଣ୍ଡିଆ ବିଜନେସ୍ ଲିଡର ପୁରସ୍କାର (ଆଇବିଏଲ୍ଏ) ୨୦୨୪ର ୨୦ତମ ସଂସ୍କରଣରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନୀତା ମୁକେଶ ଅମ୍ବାନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଏବଂ ବୋହୂ ରାଧିକା ବି ଉପସ୍ଥିତ ଥିଲେ। View this post on InstagramA post shared by Reliance Industries Limited (@relianceupdates)ପୁରସ୍କାର ଗ୍ରହଣ ସମୟରେ ନୀତା ଅମ୍ଵାନୀ କହିଛନ୍ତି ଯେ, ମହିଳାମାନେ ଭାରତର ବିକାଶ ଗାଥାକୁ ଆଗକୁ ନେବା ସହ ନିଜ ନେତୃତ୍ଵ ମାଧ୍ୟମରେ ଏହାକୁ ପୁଣି ଥରେ ପରିଭାଷିତ କରିବେ। ସମୃଦ୍ଧ ଭାରତ ପାଇଁ ନିଜର ଦୃଷ୍ଟିକୋଣକୁ ରେଖାଙ୍କିତ କରି ସେ କହିଛନ୍ତି ଯେ, ମୁଁ ଏଭଳି ଏକ ରାଷ୍ଟ୍ରର ସ୍ଵପ୍ନ ଦେଖୁଛି ଯାହା ସାହସ, ପ୍ରତିଭା, ରଚନାତ୍ମକତା ସହ ଦୁନିଆର ନେତୃତ୍ଵ ନେବ। ଏହି ଦଶନ୍ଧି କେବଳ ଭାରତର, ଏବଂ ମହିଳାମାନଙ୍କର ବୋଲି ମୋର ଦୃଢ ବିଶ୍ଵାସ। କାର୍ଯ୍ୟ, ଭକ୍ତି, ଜ୍ଞାନ, ମାତୃତ୍ୱ, ନ
ନୂଆଦିଲ୍ଲୀ ୦୯।୧୨ : ନୀତା ମୁକେଶ ଅମ୍ବାନୀଙ୍କୁ ସମ୍ମାନ । ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ନୀତା ମୁକେଶ ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନରେ ସମ୍ମାନିତ କରାଯାଇଛି । ଡିସେମ୍ବର ୭ ତାରିଖରେ ମୁମ୍ଵାଇରେ ଆୟୋଜିତ ହୋଇଥିବା CNBC-TV18 ଇଣ୍ଡିଆ ବିଜନେସ୍ ଲିଡର ପୁରସ୍କାର (ଆଇବିଏଲ୍ଏ) ୨୦୨୪ର ୨୦ତମ ସଂସ୍କରଣରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ନୀତା ମୁକେଶ ଅମ୍ବାନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତାଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଏବଂ ବୋହୂ ରାଧିକା ବି ଉପସ୍ଥିତ ଥିଲେ।
ପୁରସ୍କାର ଗ୍ରହଣ ସମୟରେ ନୀତା ଅମ୍ଵାନୀ କହିଛନ୍ତି ଯେ, ମହିଳାମାନେ ଭାରତର ବିକାଶ ଗାଥାକୁ ଆଗକୁ ନେବା ସହ ନିଜ ନେତୃତ୍ଵ ମାଧ୍ୟମରେ ଏହାକୁ ପୁଣି ଥରେ ପରିଭାଷିତ କରିବେ। ସମୃଦ୍ଧ ଭାରତ ପାଇଁ ନିଜର ଦୃଷ୍ଟିକୋଣକୁ ରେଖାଙ୍କିତ କରି ସେ କହିଛନ୍ତି ଯେ, ମୁଁ ଏଭଳି ଏକ ରାଷ୍ଟ୍ରର ସ୍ଵପ୍ନ ଦେଖୁଛି ଯାହା ସାହସ, ପ୍ରତିଭା, ରଚନାତ୍ମକତା ସହ ଦୁନିଆର ନେତୃତ୍ଵ ନେବ। ଏହି ଦଶନ୍ଧି କେବଳ ଭାରତର, ଏବଂ ମହିଳାମାନଙ୍କର ବୋଲି ମୋର ଦୃଢ ବିଶ୍ଵାସ। କାର୍ଯ୍ୟ, ଭକ୍ତି, ଜ୍ଞାନ, ମାତୃତ୍ୱ, ନେତୃତ୍ୱ, କରୁଣା ଏବଂ ସ୍ଥିରତା ପଥରେ ଚାଲୁଥିବା ପ୍ରତ୍ୟେକ ମହିଳାଙ୍କୁ ମୁଁ ଏହି ପୁରସ୍କାର ଉତ୍ସର୍ଗ କରୁଛି। କ୍ରୀଡା, ବାଣିଜ୍ୟ, ଶିକ୍ଷା, ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ନୀତା ଅମ୍ଵାନୀ ବୈଶ୍ଵିକ ମଞ୍ଚରେ ଭାରତର ସ୍ଥାନ ଉଚ୍ଚା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।