ବିଜେଡିର ଛାୟା କ୍ୟାବିନେଟକୁ ନେଇ ସମୀରଙ୍କ ତେର୍ଚ୍ଛାବାଣ, କହିଲେ ନବୀନ ବାବୁ…
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନକୁ ନେଇ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ନବୀନ ସରକାରରେ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳୁ ନ ଥିଲା, ଏବେ ବିଧାୟକଙ୍କୁ ବିଭାଗ ମିଳୁଛି। ନିଜର ଆତ୍ମସନ୍ତୋଷ ପାଇଁ, ଦଳକୁ ଏକତ୍ରିତ ରଖିବା ପାଇଁ ନବୀନ ବାବୁ ପ୍ରୟାସ କରୁଛନ୍ତି। ଓଡ଼ିଶା ରାଜନୀତିରେ କି ଭାରତରେ ଛାୟା କ୍ୟାବିନେଟ ଦେଖି କେହି ନ ଥିଲେ। ଆଜିର ବିରୋଧୀଦଳ ନେତାଙ୍କୁ ମୁଁ ମନ୍ତ୍ରୀ ଥିଲା ବେଳେ […] The post ବିଜେଡିର ଛାୟା କ୍ୟାବିନେଟକୁ ନେଇ ସମୀରଙ୍କ ତେର୍ଚ୍ଛାବାଣ, କହିଲେ ନବୀନ ବାବୁ… appeared first on Dharitri Odia News.
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନକୁ ନେଇ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ନବୀନ ସରକାରରେ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳୁ ନ ଥିଲା, ଏବେ ବିଧାୟକଙ୍କୁ ବିଭାଗ ମିଳୁଛି। ନିଜର ଆତ୍ମସନ୍ତୋଷ ପାଇଁ, ଦଳକୁ ଏକତ୍ରିତ ରଖିବା ପାଇଁ ନବୀନ ବାବୁ ପ୍ରୟାସ କରୁଛନ୍ତି। ଓଡ଼ିଶା ରାଜନୀତିରେ କି ଭାରତରେ ଛାୟା କ୍ୟାବିନେଟ ଦେଖି କେହି ନ ଥିଲେ। ଆଜିର ବିରୋଧୀଦଳ ନେତାଙ୍କୁ ମୁଁ ମନ୍ତ୍ରୀ ଥିଲା ବେଳେ ଅନେକ UOI ନୋଟ ଦେଇଥିଲି। ଜାଣିନି ସେସବୁ ତାଙ୍କ ପାଖରେ ପହଞ୍ଚିଥିଲା କି ନାହିଁ। ନୂଆ ସରକାରକୁ କାମ କରିବାକୁ ଦିଅନ୍ତୁ, ଛାୟା କ୍ୟାବିନେଟ ଏକ ହାସ୍ୟାସ୍ପଦ।
ଅନ୍ୟପଟେ ଗତକାଲି ବିଜେଡି ସୁପ୍ରିମୋ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିବା ପରେ ବିଜେଡି ନେତା ଅମର ଶତପଥୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି ଯଦି ପୂର୍ବରୁ ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନ ଥାନ୍ତୁ । ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମଟେ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ ।
The post ବିଜେଡିର ଛାୟା କ୍ୟାବିନେଟକୁ ନେଇ ସମୀରଙ୍କ ତେର୍ଚ୍ଛାବାଣ, କହିଲେ ନବୀନ ବାବୁ… appeared first on Dharitri Odia News.