ଭିଣ୍ଟେଜ୍ କାରରେ ରାମଜନ୍ମ ଭୂମି ମନ୍ଦିର ଗସ୍ତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଅଯୋଧ୍ୟା ୧୯।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁକ୍ରବାର ଅଯୋଧ୍ୟା ଗସ୍ତ କରିଥିଲେ। ଏହି ଅବସରରେ ସେ ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ରାମମନ୍ଦିର ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ନିମନ୍ତେ ଏକ ଭିଣ୍ଟେଜ୍ କାର ବ୍ୟବହାର କରାଯାଇଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୋଗୀ ଆଦିତ୍ୟନାଥ ଭିଣ୍ଟେଜ କାରରେ ରାମ ମନ୍ଦିରକୁ ଯାଇ ‘ସୁଖୀ ଓ ସ୍ୱସ୍ଥ ଉତ୍ତରପ୍ରଦେଶ’ କାମନା କରିଛନ୍ତି। ଏହି ଗସ୍ତ ଅବସରରେ ଯୋଗୀ ଆଦିତ୍ୟାନାଥ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଥିଲେ ଓ ନେପାଳୀ ବାବା ଆଶ୍ରମରେ ପୂଜାର୍ଚ୍ଚନା କରିବାପରେ ସରଜୁ ନଦୀ ଘାଟବୁଲିବାକୁ ଯାଇଥିଲେ। ଅଯୋଧ୍ୟା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ନଦୀ ଘାଟକୁ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ୨୨ ଜାନୁୟାରୀରେ ହେବାକୁ ଥିବା ଭବ୍ୟ ଉତ୍ସବ ପୂର୍ବରୁ ଆୟୋଜନର ସମୀକ୍ଷା ମଧ୍ୟ କରିଥିଲେ। #WATCH उत्तर प्रदेश के मुख्यमंत्री योगी आदित्यनाथ ने 22 जनवरी को राम मंदिर 'प्राण प्रतिष्ठा' समारोह से पहले अयोध्या में श्री राम जन्मभूमि मंदिर का दौरा किया और व्यवस्थाओं का निरीक्षण किया। pic.twitter.com/YHZC7bLMTa — ANI_H
ଅଯୋଧ୍ୟା ୧୯।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁକ୍ରବାର ଅଯୋଧ୍ୟା ଗସ୍ତ କରିଥିଲେ। ଏହି ଅବସରରେ ସେ ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ରାମମନ୍ଦିର ଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ନିମନ୍ତେ ଏକ ଭିଣ୍ଟେଜ୍ କାର ବ୍ୟବହାର କରାଯାଇଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯୋଗୀ ଆଦିତ୍ୟନାଥ ଭିଣ୍ଟେଜ କାରରେ ରାମ ମନ୍ଦିରକୁ ଯାଇ ‘ସୁଖୀ ଓ ସ୍ୱସ୍ଥ ଉତ୍ତରପ୍ରଦେଶ’ କାମନା କରିଛନ୍ତି।

ଏହି ଗସ୍ତ ଅବସରରେ ଯୋଗୀ ଆଦିତ୍ୟାନାଥ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଥିଲେ ଓ ନେପାଳୀ ବାବା ଆଶ୍ରମରେ ପୂଜାର୍ଚ୍ଚନା କରିବାପରେ ସରଜୁ ନଦୀ ଘାଟବୁଲିବାକୁ ଯାଇଥିଲେ। ଅଯୋଧ୍ୟା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ନଦୀ ଘାଟକୁ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ୨୨ ଜାନୁୟାରୀରେ ହେବାକୁ ଥିବା ଭବ୍ୟ ଉତ୍ସବ ପୂର୍ବରୁ ଆୟୋଜନର ସମୀକ୍ଷା ମଧ୍ୟ କରିଥିଲେ।
#WATCH उत्तर प्रदेश के मुख्यमंत्री योगी आदित्यनाथ ने 22 जनवरी को राम मंदिर 'प्राण प्रतिष्ठा' समारोह से पहले अयोध्या में श्री राम जन्मभूमि मंदिर का दौरा किया और व्यवस्थाओं का निरीक्षण किया। pic.twitter.com/YHZC7bLMTa— ANI_HindiNews (@AHindinews) January 19, 2024
ଗତ ୧୧ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଏହା ତୃତୀୟ ଅଯୋଧ୍ୟା ଗସ୍ତ କାର୍ଯ୍ୟକ୍ରମ। ଉଲ୍ଲେଖଯୋଗ୍ୟ ଯେ ଜାନୁୟାରୀ ୨୨ ତାରିଖ ଦିନ ପ୍ରାଣ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବେ। ଏହି ଉତ୍ସବ ନିମନ୍ତେ ଅଯୋଧ୍ୟା ନଗରୀ ଏବେ ସମ୍ପୂର୍ଣ୍ଣ ସଜେଇ ହୋଇଗଲାଣି। ଅଯୋଧ୍ୟାରେ ରାମ ପଥ ଓ ଧର୍ମ ପଥ ଏବେ ଚଳଚଞ୍ଚଳ। ଏହି ଦୁଇ ମୁଖ୍ୟ ରାସ୍ତା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।
ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ
The post ଭିଣ୍ଟେଜ୍ କାରରେ ରାମଜନ୍ମ ଭୂମି ମନ୍ଦିର ଗସ୍ତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ appeared first on Prameya News7.