ମୃତଦେହ ରଖି ଥାନା ଘେରାଉ, ଆକ୍ରମଣକାରୀକୁ ଗିରଫ କରିବାକୁ ଉତ୍ତ୍ୟକ୍ତ ଲୋକଙ୍କ ଦାବି
ଢେଙ୍କାନାଳ: ମୃତଦେହ ରଖି ଟାଉନ ଥାନା ଘେରିଲେ ଲୋକେ। ଆକ୍ରମଣ ହୋଇଥିବା ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ । ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନେ ମୃତ ଦେହକୁ ଥାନା ସମ୍ମୁଖରେ ରଖି ଢେଙ୍କାନାଳ ଟାଉନ ଥାନା ଘେରାଉ କରିଥିଲେ। ଯାହାକୁ ନେଇ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠି । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମିନା ବଜାର କୁମ୍ଭାର ସାହିରେ ଭଡ଼ା ଘରେ ରହୁଥିଲେ । ହେଲେ ଗତ ୨୫ତାରିଖ ସନ୍ଧ୍ୟାରେ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇ ବାକୁ ନେଇ ପଡ଼ୋଶୀଙ୍କ ସହ ପାଟି ତୁଣ୍ଡ ହୋଇଥିଲା। ଏପରିକି ପଡ଼ୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ ଜିତୁ ବେହେରା ଏକ କାଠ ଫାଳିଆରେ ଦାଶରଥୀଙ୍କୁ ପିଟିଥିବା ନେଇ ଅଭିଯୋଗ ହୋଇଥିଲା। ଆହୁରି ପଢ଼ନ୍ତୁ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ ! ତେବେ ଗୁରୁତର ଅବସ୍ଥାରେ ଦାଶରଥିଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦଶରଥୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଉ ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି ମରଣାନ୍ତକ ଆକ୍ରମଣ ଘଟଣା ପରେ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଥାନ
ଢେଙ୍କାନାଳ: ମୃତଦେହ ରଖି ଟାଉନ ଥାନା ଘେରିଲେ ଲୋକେ। ଆକ୍ରମଣ ହୋଇଥିବା ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ । ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନେ ମୃତ ଦେହକୁ ଥାନା ସମ୍ମୁଖରେ ରଖି ଢେଙ୍କାନାଳ ଟାଉନ ଥାନା ଘେରାଉ କରିଥିଲେ। ଯାହାକୁ ନେଇ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଅଞ୍ଚଳର ଦାଶରଥି ସେଠି । ଦାଶରଥି ତାଙ୍କ ପରିବାର ସହ ଢେଙ୍କାନାଳ ସହରର ମିନା ବଜାର କୁମ୍ଭାର ସାହିରେ ଭଡ଼ା ଘରେ ରହୁଥିଲେ । ହେଲେ ଗତ ୨୫ତାରିଖ ସନ୍ଧ୍ୟାରେ ପୁଅ ଜନ୍ମଦିନ ପାଇଁ ସାଉଣ୍ଡ ବକ୍ସ ଲଗାଇ ଗୀତ ବଜାଇ ବାକୁ ନେଇ ପଡ଼ୋଶୀଙ୍କ ସହ ପାଟି ତୁଣ୍ଡ ହୋଇଥିଲା। ଏପରିକି ପଡ଼ୋଶୀ କୁମ୍ଭାର ସାହିର ଦୁଇ ଭାଇ ଗଗନ ବେହେରା ଓ ଜିତୁ ବେହେରା ଏକ କାଠ ଫାଳିଆରେ ଦାଶରଥୀଙ୍କୁ ପିଟିଥିବା ନେଇ ଅଭିଯୋଗ ହୋଇଥିଲା।
ଆହୁରି ପଢ଼ନ୍ତୁ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ !
ତେବେ ଗୁରୁତର ଅବସ୍ଥାରେ ଦାଶରଥିଙ୍କୁ କଟକ ଏସସିବିକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ମଙ୍ଗଳବାର ସନ୍ଧ୍ୟାରେ ଦଶରଥୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଉ ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି ମରଣାନ୍ତକ ଆକ୍ରମଣ ଘଟଣା ପରେ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଥାନାକୁ ଆଣି ପୁଣି ଛାଡ଼ି ଦେଇଥିଲା।
ତେଣୁ ପୋଲିସ୍ର ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଅଭିଯୁକ୍ତ ଦୁଇଜଣ ତୁରନ୍ତ ଗିରଫ ଦାବି କରିଥିଲେ ଲୋକେ । ସେପଟେ ଖବର ପାଇ ପୋଲିସ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗଗନ ବେହେରାଙ୍କୁ ଅଟକ ରଖିଛି। ଏହା ସହ ଅନ୍ୟ ଅଭିଯୁକ୍ତକୁ ୨୪ଘଣ୍ଟା ମଧ୍ୟରେ ଗିରଫ କରାଯିବା ପ୍ରତିଶୃତି ପରେ ଘେରାଉ ହଟିଥିବା ଜଣାପଡ଼ିଛି।
The post ମୃତଦେହ ରଖି ଥାନା ଘେରାଉ, ଆକ୍ରମଣକାରୀକୁ ଗିରଫ କରିବାକୁ ଉତ୍ତ୍ୟକ୍ତ ଲୋକଙ୍କ ଦାବି appeared first on Prameya News7.