ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍ପିଏଫ୍ ଯବାନଙ୍କ କରାଗଲା ଶେଷକୃତ୍ୟ
ପୁରୁଷୋତ୍ତମପୁର,୨୧।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା (୩୯)। ସନ୍ତୋଷ ଛତିଶଗଡର ବିଳାଶପୁରଠାରେ ସିଆର୍ପିଏଫ୍ ଯବାନ ଭାବରେ କାର୍ଯ୍ୟ କରୁଥିଲେ। ସୂଚନାନୁଯାୟୀ, ଗତ ପାଞ୍ଚଦିନ ତଳେ ସନ୍ତୋଷ ଶୋଇଥିବା ଖଟରୁ ହଠାତ ତଳେ ପଡିଯାଇ ଅସୁସ୍ଥ ହୋଇପଡିଥିଲେ। ସେଠାରେ ଥିବା ତାଙ୍କର ସହକର୍ମୀମାନେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ […] The post ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍ପିଏଫ୍ ଯବାନଙ୍କ କରାଗଲା ଶେଷକୃତ୍ୟ appeared first on Dharitri Odia News.
ପୁରୁଷୋତ୍ତମପୁର,୨୧।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶିକୁଳା ଗ୍ରାମର ଜଣେ ସିଆର୍ପିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ହେଉଛନ୍ତି ସନ୍ତୋଷ କୁମାର ବେହେରା (୩୯)। ସନ୍ତୋଷ ଛତିଶଗଡର ବିଳାଶପୁରଠାରେ ସିଆର୍ପିଏଫ୍ ଯବାନ ଭାବରେ କାର୍ଯ୍ୟ କରୁଥିଲେ।
ସୂଚନାନୁଯାୟୀ, ଗତ ପାଞ୍ଚଦିନ ତଳେ ସନ୍ତୋଷ ଶୋଇଥିବା ଖଟରୁ ହଠାତ ତଳେ ପଡିଯାଇ ଅସୁସ୍ଥ ହୋଇପଡିଥିଲେ। ସେଠାରେ ଥିବା ତାଙ୍କର ସହକର୍ମୀମାନେ ତାଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିଆର୍ପିଏଫ୍ ପକ୍ଷରୁ ସ୍ବତନ୍ତ୍ର ବାହାନ ଯୋଗେ ଯବାନଙ୍କ ମରଶରୀରକୁ ବୁଧବାର ନିଜ ଗ୍ରାମ ଶିକୁଳାକୁ ଅଣାଯାଇଥିଲା। ଏହା ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗ୍ରାମ ଲୋକାରଣ୍ୟ ହେବା ସହ ଶୋକର ଛାୟା ଖେଳିଯାଇଥିଲା। ପରେ ଶୋଭାଯାତ୍ରାରେ ସନ୍ତୋଷଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସିଆର୍ପିଏଫ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସତ୍କାର କରାଯାଇଥିଲା। ଏଥିରେ ପୁରୁଷୋତ୍ତମପୁର ଥାନା ପୋଲିସ କର୍ମଚାରୀମାନେ ଯୋଗଦେଇ ସନ୍ତୋଷଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ଶୋଭାଯାତ୍ରାବେଳେ ସମଗ୍ର ଗ୍ରାମ ଓ ଶ୍ମଶାନସ୍ଥଳ ଭାରତମାତାର ଜୟଗାନରେ ଫାଟି ପଡିଥିଲା। ଏବେ ତାଙ୍କ ପରିବାରରେ ବିଧବା ପତ୍ନୀ ବନିତା ବେହେରା ଓ ପାଞ୍ଚବର୍ଷର ଶିଶୁ ପୁତ୍ରଙ୍କ ସମେତ ବାପା,ମା ଓ ଭାଇ ରହିଛନ୍ତି। ରୋଜଗାରିଆ ପୁଅଙ୍କୁ ହରାଇ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।
The post ଲୁହରେ ଭିଜିଲା ଶିକୁଳା ମାଟି: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆର୍ପିଏଫ୍ ଯବାନଙ୍କ କରାଗଲା ଶେଷକୃତ୍ୟ appeared first on Dharitri Odia News.