କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା…

ଭୋପାଳ,୧୦।୨ : ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନାଜଳ୍ପନ ଜାରି ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବି.ଡି ଶର୍ମା କହିଛନ୍ତି ଭାରତୀୟ ଜନତା ପାର୍ଟି ଏକ ସଂଗଠିତ ଦଳ। ଏହାକୁ ବିଶ୍ୱରେ ସବୁଠାରୁ ଆଦର୍ଶ ଦଳ ବୋଲି ବିବେଚନା କରାଯାଉଛି। ଏହା ଏକ ଫୋରମ ଯେଉଁଠାରେ ଲୋକମାନେ ଏକତ୍ର ହୋଇ ସମାଜ ପାଇଁ ଉନ୍ନତ କାର୍ଯ୍ୟ କରିପାରିବେ । […] The post କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା… appeared first on Dharitri Odia News.

କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା…

ଭୋପାଳ,୧୦।୨ : ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନାଜଳ୍ପନ ଜାରି ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବି.ଡି ଶର୍ମା କହିଛନ୍ତି ଭାରତୀୟ ଜନତା ପାର୍ଟି ଏକ ସଂଗଠିତ ଦଳ। ଏହାକୁ ବିଶ୍ୱରେ ସବୁଠାରୁ ଆଦର୍ଶ ଦଳ ବୋଲି ବିବେଚନା କରାଯାଉଛି। ଏହା ଏକ ଫୋରମ ଯେଉଁଠାରେ ଲୋକମାନେ ଏକତ୍ର ହୋଇ ସମାଜ ପାଇଁ ଉନ୍ନତ କାର୍ଯ୍ୟ କରିପାରିବେ । ତେଣୁ ପ୍ରତିଦିନ ବହୁ ବିରୋଧୀ ଦଳର ନେତା ଭାଜପା ଶିବିରରେ ଯୋଗ ଦେଉଛନ୍ତି।

ପାର୍ଟିରେ ଏହିପରି ସମସ୍ତ ବ୍ୟକ୍ତିଙ୍କୁ ସ୍ବାଗତ କରେ। ନକୁଲନାଥ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ମୋରେନାର କଂଗ୍ରେସ ମେୟର ଶାରଦା ସୋଲାଙ୍କି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଯୋଗାଯୋଗରେ ଥିବା ଏବଂ ତାଙ୍କର ଭାଜପାରେ ଯୋଗଦେବା ଉପରେ ଆଲୋଚନା ନେଇ ଶର୍ମା କହିଛନ୍ତି ସେ ମୋତେ ମଧ୍ୟ ଭେଟିଥିଲେ ଏବଂ ନରେନ୍ଦ୍ର ତୋମାରଜୀଙ୍କୁ ମଧ୍ୟ ଭେଟିଥିଲେ। ମେୟର ଭାବରେ ତାଙ୍କୁ ଭେଟିବା ସାଧାରଣ କଥା। ତାଙ୍କର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପ୍ରଶ୍ନ ବିଷୟରେ ସେ କହିଛନ୍ତି ଯେତେବେଳେ ଏହା ଘଟିବ ସମସ୍ତେ ଜାଣିବେ।

The post କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା… appeared first on Dharitri Odia News.