ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର
ହାଟଡ଼ିହୀ,୧ା୩(ଶୁଭକାନ୍ତ ନାୟକ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଏକ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଛନ୍ତି। ଅମରେନ୍ଦ୍ର ଧଳ ପୂର୍ବରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଜର କର୍ତ୍ତବ୍ୟ ଓ […] The post ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର appeared first on Dharitri Odia News.
ହାଟଡ଼ିହୀ,୧ା୩(ଶୁଭକାନ୍ତ ନାୟକ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସଂଯୋଜକ ଭାବେ ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିବା ନେଇ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଏକ ପ୍ରେସ ରିଲିଜ ଜରିଆରେ ଘୋଷଣା କରିଛନ୍ତି। ଅମରେନ୍ଦ୍ର ଧଳ ପୂର୍ବରୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ନିଜର କର୍ତ୍ତବ୍ୟ ଓ ଦକ୍ଷତା ସମ୍ପାଦନ କରିଥିବା ବେଳେ ହାଟଡ଼ିହି ବ୍ଲକ୍ କଳିଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ସଂଗଠନ ସମ୍ପାଦକ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୂର୍ବତନ ଜିଲା ବିଜେଡି ସଭାପତି ତଥା ଜିଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ଆନନ୍ଦପୁର ଛାତ୍ର ବିଜେଡି ସଂଯୋଜକ ହେଲେ ଅମରେନ୍ଦ୍ର appeared first on Dharitri Odia News.