Valentine Week: ମନର ମଣିଷକୁ ଅନ୍ୟ ସହ ତୁଳନା…

ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍‌ଅପ୍‌ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍‌ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍‌ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ […] The post Valentine Week: ମନର ମଣିଷକୁ ଅନ୍ୟ ସହ ତୁଳନା… appeared first on Dharitri Odia News.

Valentine Week: ମନର ମଣିଷକୁ ଅନ୍ୟ ସହ ତୁଳନା…

ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍‌ଅପ୍‌ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍‌ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍‌ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ ପଛ ଥାଏ ଅନେକ ଉପହାର ଥିବା ଦିବସମାନ। ବର୍ତ୍ତମାନ ସମୟକୁ ଯଦି ଦେଖାଯାଏ ତେବେ ପ୍ରେମିକାପ୍ରେମିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଛି । କେବଳ ତାହା ନୁହେଁ ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ତିକ୍ତତା ଆସିବା ଦ୍ୱାରା ଏହି ସମ୍ପର୍କ ଦିନ କେତେଟାରେ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାରୁ ଦୂରେଇ ରହି ନିଜ ସମ୍ପର୍କକୁ ମଜଭୁତ କରିବା ନିମନ୍ତେ ଜାଣନ୍ତୁ କିଛି ଟିପ୍ସ।

କିଛି ବି ସମସ୍ୟା ଆସିଲେ ମଧ୍ୟ ସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ। ସାଥୀଙ୍କ ସହ କଥାବାର୍ତ୍ତା ହେଉଥିଲେ ଯେକୌଣସି ସମସ୍ୟା ସହଜରେ ସମାଧାନ ହୋଇପାରେ।
-ସାଥୀଙ୍କୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ଆପଣଙ୍କ ସାଥୀ ହିଁ ଶ୍ରେଷ୍ଠ ଏପରି ବିଚାର କରନ୍ତୁ ଏବଂ ଆପଣ ତାଙ୍କ ବିଷୟରେ ଠିକ୍‌ ଏପରି ଭାବନ୍ତି ବୋଲି ତାଙ୍କୁ ଅନୁଭବ କରାନ୍ତୁ।

-ସାମାନ୍ୟ କଥାରେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ। ମନେ ରଖନ୍ତୁ ଏପରି ଛୋଟ ଛୋଟ କଳି ଝଗଡ଼ା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିଥାଏ।

The post Valentine Week: ମନର ମଣିଷକୁ ଅନ୍ୟ ସହ ତୁଳନା… appeared first on Dharitri Odia News.