ହିମାଚଳ ପ୍ରଦେଶ ମଣ୍ଡିରେ ପାହାଡରୁ ଚଳନ୍ତା କାର ଉପରକୁ ଖସିଲା ପଥର, ୧ ମୃତ, ୨ ଆହତ
ମଣ୍ଡି ୨୯।୧୨: ହିମାଚଳ ପ୍ରଦେଶ ମଣ୍ଡିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଣ୍ଡିର ୪ ମାଇଲ ପାଖରେ ଏକ ଚଳନ୍ତା କାର ଉପରକୁ ପାହାଡରୁ ପଥର ଖସିପଡିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଦୁର୍ଘଟଣାର ଶିକାର ହୋଇଥିବା କାରଯାତ୍ରୀ ମୁମ୍ବାଇର ଥିଲେ। ସେମାନେ ମନାଲୀ ବୁଲିବାକୁ ଆସିଥିଲେ ଓ ଫରିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିର ନମ୍ବର ଏଚଆର-୪୫-ଇ-୪୫୯୧। ଗାଡ଼ି ଉପରକୁ ବିରାଟକାୟ ପଥର ଖସିପଡିବା ଯୋଗୁ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଗାଡ଼ିର ଡାହାଣ ପଟକୁ ଏହି ପଥର ଖସିଥିଲା। ଫଳରେ କାରର ଡାହାଣ ପଟେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ହିମାଚଳରେ ଭୀଷଣ ହୀମପାତ ହେଉଛି। ପ୍ରତିକୂଳ ପାଗରେ ସାବଧାତନା ପୂର୍ବକ ବାହନ ଚଳାଇବାକୁ ପୋଲିସ ପରାମର୍ଶ ଦେଇଛି। ଏହା ପୂର୍ବରୁ ମଧ୍ୟାହ୍ନରେ ହିମାଚଳର ଜଞ୍ଜେହଲିରେ ଏହିପରି ଏକ ଘଟଣା ଘଟିଥିଲା। ଏଠାରେ ମଧ୍ୟ ବଡ଼ ବଡ଼ ପଥର ପାହାଡରୁ ଗାଡ଼ି ଉପରକୁ ଖସିଥିଲା। ଏହି ଦୁର୍ଘଟଣାରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ଯାତ୍ରୀ ହତାହତ ହୋଇ ନାହାନ୍ତି। ଏହି ଦୁର୍ଘଟଣାରେ ଏକ ବୋଲେରୋ କ୍ୟାମ୍ପର ସବୁଠୁ ଅଧିକ
ମଣ୍ଡି ୨୯।୧୨: ହିମାଚଳ ପ୍ରଦେଶ ମଣ୍ଡିରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଣ୍ଡିର ୪ ମାଇଲ ପାଖରେ ଏକ ଚଳନ୍ତା କାର ଉପରକୁ ପାହାଡରୁ ପଥର ଖସିପଡିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଦୁର୍ଘଟଣାର ଶିକାର ହୋଇଥିବା କାରଯାତ୍ରୀ ମୁମ୍ବାଇର ଥିଲେ। ସେମାନେ ମନାଲୀ ବୁଲିବାକୁ ଆସିଥିଲେ ଓ ଫରିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିର ନମ୍ବର ଏଚଆର-୪୫-ଇ-୪୫୯୧। ଗାଡ଼ି ଉପରକୁ ବିରାଟକାୟ ପଥର ଖସିପଡିବା ଯୋଗୁ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କୁହାଯାଉଛି ଗାଡ଼ିର ଡାହାଣ ପଟକୁ ଏହି ପଥର ଖସିଥିଲା। ଫଳରେ କାରର ଡାହାଣ ପଟେ ବସିଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ହିମାଚଳରେ ଭୀଷଣ ହୀମପାତ ହେଉଛି। ପ୍ରତିକୂଳ ପାଗରେ ସାବଧାତନା ପୂର୍ବକ ବାହନ ଚଳାଇବାକୁ ପୋଲିସ ପରାମର୍ଶ ଦେଇଛି।
ଏହା ପୂର୍ବରୁ ମଧ୍ୟାହ୍ନରେ ହିମାଚଳର ଜଞ୍ଜେହଲିରେ ଏହିପରି ଏକ ଘଟଣା ଘଟିଥିଲା। ଏଠାରେ ମଧ୍ୟ ବଡ଼ ବଡ଼ ପଥର ପାହାଡରୁ ଗାଡ଼ି ଉପରକୁ ଖସିଥିଲା। ଏହି ଦୁର୍ଘଟଣାରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ କେହି ଯାତ୍ରୀ ହତାହତ ହୋଇ ନାହାନ୍ତି। ଏହି ଦୁର୍ଘଟଣାରେ ଏକ ବୋଲେରୋ କ୍ୟାମ୍ପର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଉ ଗୋଟେ ବୋଲେରୋ ଓ ଏକ ଟିପର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି।