ପାକିସ୍ତାନ ଆକ୍ରମଣ ପରେ: ଏହିସବୁ ସହରରେ ବ୍ଲାକ୍ଆଉଟ୍ ହେଲା
ନୂଆଦିଲ୍ଲୀ: ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ ଜାରି ରଖିଛି। ଆଜି ସନ୍ଧ୍ୟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନୀ ସେନା ଜମ୍ମୁ, ପଞ୍ଜାବର ପଠାନକୋଟ ରାଜସ୍ଥାନର ଜୈସଲମେରରେ ତୋପମାଡ଼ ଆରମ୍ଭ କରିଛି।ତେବେ ବଡ଼ କଥା ହେଲା ପାକିସ୍ତାନର ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ(ଏୟାର ଡିଫେନ୍ସ ସିଷ୍ଟମ) ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା। ଜୈସଲମେରରେ ଭାରତ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଆଟାକ୍ କରି ଖସାଇ ଦେଇଛି। ଯୁଦ୍ଧ ଆରମ୍ଭ ହୋଇଯିବା ପରେ କିଛି ସହରରେ ବ୍ଲାକ୍ଆଉଟ୍ ଘୋଷଣା କରାଯାଇଛି। ବ୍ଲାକ୍ ଆଉଟ୍ ହୋଇଥିବା ସହରଗୁଡ଼ିକ ହେଲେ- ଜମ୍ମୁ ଏବଂ କାଶ୍ମୀରଜମ୍ମୁ, ରାଜୌରୀ, ଉଧମପୁର, ସାମ୍ବା, ଶ୍ରୀନଗର ଅନ୍ଧାର ହୋଇ ଯାଇଛି। ଗୁରୁବାର ଜମ୍ମୁରେ ଅନେକ ଜୋରଦାର ବିସ୍ଫୋରଣ ଶୁଣିବା ପରେ ସମଗ୍ର ଅଞ୍ଚଳରେ ବ୍ଲାକଆଉଟ୍ ହେବା ସହ ସାଇରନ୍ ସକ୍ରିୟ କରାଯାଇଛି। ଅଖନୁର, ସାମ୍ବା, ବାରାମୁଲ୍ଲା ଏବଂ କୁପୱାଡ଼ାରେ ମଧ୍ୟ ସାଇରନ ଶୁଣାଯାଇଛି। ଶ୍ରୀନଗର ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ବାୟୁ ପ୍ରତିରକ୍ଷା ବ୍ୟାଟେରୀଗୁଡ଼ିକୁ ସକ୍ରିୟ କରାଯାଇଛି।ପଞ୍ଜାବ- ଜଳନ୍ଧର ଏବଂ ହୋସିଆରପୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାର
ନୂଆଦିଲ୍ଲୀ: ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ ଜାରି ରଖିଛି। ଆଜି ସନ୍ଧ୍ୟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନୀ ସେନା ଜମ୍ମୁ, ପଞ୍ଜାବର ପଠାନକୋଟ ରାଜସ୍ଥାନର ଜୈସଲମେରରେ ତୋପମାଡ଼ ଆରମ୍ଭ କରିଛି।
ତେବେ ବଡ଼ କଥା ହେଲା ପାକିସ୍ତାନର ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ(ଏୟାର ଡିଫେନ୍ସ ସିଷ୍ଟମ) ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା। ଜୈସଲମେରରେ ଭାରତ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ପାକିସ୍ତାନୀ ଡ୍ରୋନଗୁଡ଼ିକୁ ଆଟାକ୍ କରି ଖସାଇ ଦେଇଛି। ଯୁଦ୍ଧ ଆରମ୍ଭ ହୋଇଯିବା ପରେ କିଛି ସହରରେ ବ୍ଲାକ୍ଆଉଟ୍ ଘୋଷଣା କରାଯାଇଛି।
ବ୍ଲାକ୍ ଆଉଟ୍ ହୋଇଥିବା ସହରଗୁଡ଼ିକ ହେଲେ-
ଜମ୍ମୁ ଏବଂ କାଶ୍ମୀର
ଜମ୍ମୁ, ରାଜୌରୀ, ଉଧମପୁର, ସାମ୍ବା, ଶ୍ରୀନଗର ଅନ୍ଧାର ହୋଇ ଯାଇଛି। ଗୁରୁବାର ଜମ୍ମୁରେ ଅନେକ ଜୋରଦାର ବିସ୍ଫୋରଣ ଶୁଣିବା ପରେ ସମଗ୍ର ଅଞ୍ଚଳରେ ବ୍ଲାକଆଉଟ୍ ହେବା ସହ ସାଇରନ୍ ସକ୍ରିୟ କରାଯାଇଛି। ଅଖନୁର, ସାମ୍ବା, ବାରାମୁଲ୍ଲା ଏବଂ କୁପୱାଡ଼ାରେ ମଧ୍ୟ ସାଇରନ ଶୁଣାଯାଇଛି। ଶ୍ରୀନଗର ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ବାୟୁ ପ୍ରତିରକ୍ଷା ବ୍ୟାଟେରୀଗୁଡ଼ିକୁ ସକ୍ରିୟ କରାଯାଇଛି।
ପଞ୍ଜାବ- ଜଳନ୍ଧର ଏବଂ ହୋସିଆରପୁରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଜାରି କରାଯାଇଛି।
ରାଜସ୍ଥାନ- ରାଜସ୍ଥାନର ପାକିସ୍ତାନ ସୀମାବର୍ତ୍ତୀ ସହର ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍ କରାଯାଇଛି। ଫାଲୋଡି ବାୟୁସେନା ଘାଟିଠାରୁ ୨୦ କିଲୋମିଟର ପୂର୍ବରୁ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ସୀମାରେ ଦେଖାଦେଇଥିବା ଉତ୍ତେଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଗୁରୁବାର ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ମୁଖ୍ୟ ସଚିବ, ଗୃହ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଡିଜି ଇଣ୍ଟେଲିଜେନ୍ସ ଏବଂ ଏଡିଜି ଆଇନ ଏବଂ ଶୃଙ୍ଖଳା ପ୍ରମୁଖ ଯୋଗ ଦେଇଥିଲେ।
ହିମାଚଳ ପ୍ରଦେଶ- ଧର୍ମଶାଳାରେ ପଞ୍ଜାବ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ବେଳେ ଷ୍ଟାଡିୟମ୍ର ୪ଟି ଫ୍ଲଡଲାଇଟ୍ ଟାୱାର ମଧ୍ୟରୁ ତିନୋଟି ଲିଭିଯିବା ପରେ ମ୍ୟାଚ୍ ବାତିଲ କରାଯାଇଛି। ଇତିମଧ୍ୟରେ, ପାକିସ୍ତାନୀ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ S-400 ସୁଦର୍ଶନ ଚକ୍ର, L-70, Zsu-23 ଏବଂ Schilka ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରିଛି। ଜମ୍ମୁ ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର F-16 ବିମାନକୁ ଖସାଇ ଦେଇଥିଲା।