ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ

ପାରଳାଖେମୁଣ୍ଡି,୨୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌. ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତରୁଣ କୁମାର ସେଠୀ ପୃଥକ୍‌ ଦୁଇଟି ଚୋରି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଏହି ଦୁଇଟି ମାମଲାର ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ଆର୍‌. ଉଦୟଗିରି ଥାନା ଅନ୍ତର୍ଗତ ଅଟଲିମା ଗ୍ରାମର ଜଗଦୀଶ ବଡରଇତ (୨୪)। ବାଇକ ଚୋରି ମାମଲାରେ ଜଜ୍‌ […] The post ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ appeared first on Dharitri Odia News.

ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ

ପାରଳାଖେମୁଣ୍ଡି,୨୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌. ଉଦୟଗିରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତରୁଣ କୁମାର ସେଠୀ ପୃଥକ୍‌ ଦୁଇଟି ଚୋରି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଆଧାର କରି ସେ ଏହି ଦୁଇଟି ମାମଲାର ଜଣେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ଜଣଙ୍କ ଆର୍‌. ଉଦୟଗିରି ଥାନା ଅନ୍ତର୍ଗତ ଅଟଲିମା ଗ୍ରାମର ଜଗଦୀଶ ବଡରଇତ (୨୪)। ବାଇକ ଚୋରି ମାମଲାରେ ଜଜ୍‌ ତାଙ୍କ ବିରୋଧରେ ଦୁଇ ବର୍ଷ ୬ମାସ(ଅଢ଼େଇ ବର୍ଷ) ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଜରିମାନା ବାବଦକୁ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୮ ମାସ ଜେଲ୍‌ଦଣ୍ଡ ପାଇଁ ମାଜିଷ୍ଟ୍ରେଟ୍‌ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସେହିପରି ଘଟଣା ଦିନ ଏକ ଦୋକାନର ତାଲା ଭାଙ୍ଗି ଏକ ଏଲଇଡି ଟିଭି ଚୋରି ମାମଲା ବିଚାର କରି ମାଜିଷ୍ଟ୍ରେଟ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଉକ୍ତ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ୬ମାସ ଜେଲ ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୪ ଅକ୍ଟୋବର ୨୬ରେ କ୍ରିଶଗାଲ ସିଂଙ୍କ ଘର ସମ୍ମୁଖରୁ ତାଙ୍କର ହିରୋ ଗ୍ଲାମର ନଂ(ଓ -୦୭ ବି- ୩୨୦୦) ଗାଡ଼ି ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୫୮/୨୪ରେ ଏକ ମାମଲା ରୁଜୁ କରିଥିଲା। ପରେ ଦୋକାନରୁ ଏଲଇଡି ଟିଭି ଚୋରି ହୋଇଥିବା ନେଇ ମାଲିକ ରଘୁନାଥ ମାଳବିଷୋୟୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୧୫୯/୨୪ରେ ଏକ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ କରି ତତ୍କାଳୀନ ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଅଭିଯୁକ୍ତ ଜଗଦୀଶ ବଡ଼ ରଇତଙ୍କୁ ଉକ୍ତ ଦୁଇଟି ଚୋରି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ପୋଲିସ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ବାଇକ ଚୋରି ମାମଲାରେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଟିଭି ଚୋରି ମାମଲାରେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ଆର୍‌. ଉଦୟଗିରି ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସାକ୍ଷୀମାନଙ୍କ ବୟାନ ଓ ଚାର୍ଜଶିଟ୍‌କୁ ଆଧାର କରି ମାଜିଷ୍ଟ୍ରେଟ୍‌ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ ଶବର ମୋକଦ୍ଦମା ପରିଚାଳନା କରିଥିଲେ।

The post ଦୁଇ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ appeared first on Dharitri Odia News.