Shreyas Iyer ICC Player of the Month: ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ, ଶ୍ରେୟସ ଆୟରଙ୍କୁ ମିଳିଲା ପୁରସ୍କାର
ଆଇସିସି ପକ୍ଷରୁ ମାର୍ଚ୍ଚ ମାସ ପାଇଁ ପ୍ଲେୟର ଅଫ ଦ ମନ୍ଥ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ମଙ୍ଗଳବାର ଆୟରଙ୍କ ନାମ ଘୋଷଣା କରିଛି ଆଇସିସି। ଚାମ୍ପିୟନ୍ସ ଟ୍ରଫିରେ ଶ୍ରେୟସ ଆୟର ଭାରତର ଟପ ସ୍କୋରର ରହିଥିଲେ। ୨୪୩ ରନ ସ୍କୋର କରିଥିବା ଆୟର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ସ୍କୋରର ମଧ୍ୟ ରହିଥିଲେ। ପ୍ଲେୟର ଅଫ ଦ ମନ୍ଥ ତାଲିକାରେ ଆୟର ନ୍ୟୁଜିଲାଣ୍ଡର ଜାକବ ଡଫି ଓ ରାଚିନ ରବୀନ୍ଦ୍ରଙ୍କୁ ପଛରେ ପକାଇଥିଲେ।