୧୦ ବର୍ଷରେ ବିଲେନିୟର୍ସଙ୍କ ସମ୍ପତ୍ତି ହୋଇଛି ଦ୍ୱିଗୁଣାରୁ ବି ଅଧିକ, ଭାରତୀୟ ଅରବପତିଙ୍କ ସମ୍ପତ୍ତି ବଢିଛି ୪୨%
ନୂଆଦିଲ୍ଲୀ: ଦୁନିଆରେ ବିଲେନିୟର୍ସଙ୍କ ମୋଟ ସମ୍ପତ୍ତି ଗତ ୧୦ ବର୍ଷରେ ୧୨୧ ପ୍ରତିଶତ ବଢି ୧୪ ଟ୍ରିଲିୟନ ଡଲାର ହୋଇଛି । ଏଥିରେ ଟେକ୍ ଅରବପତିଙ୍କ ସମ୍ପତ୍ତି ସବୁଠୁ ଅଧିକ ବଢିଛି । ସ୍ୱିଜରଲାଣ୍ଡ ବ୍ୟାଙ୍କ ୟୁବିଏସ୍ ନିଜ ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି । ସ୍ୱିଜରଲାଣ୍ଡର ସବୁଠୁ ବଡ଼ ବ୍ୟାଙ୍କ ୟୁବିସି କହିଛି ଯେ ୧୦ ବର୍ଷରେ ବିଲେନିୟର୍ସଙ୍କ ସଂଖ୍ୟା ୧୭୫୭ରୁ ବଢି ୨୬୮୨ ହୋଇଛି । ୟୁବିଏସର ବାର୍ଷିକ ବିଲିୟନେୟର ଆମ୍ୱିସନ ରିପୋର୍ଟରେ କୁହାଯାଇଛି ଯେ ଗତ ଏକ ଦଶନ୍ଧିରେ ବୈଶ୍ୱିକ ଇକ୍ୱିଟି ବଜାର ତୁଳନାରେ ଅରବପତି ଭଲ ପ୍ରଦର୍ଶନ କରିଛନ୍ତି ।ରିପୋର୍ଟ ଅନୁସାରେ, ୨୦୧୫ରୁ ୨୦୨୪ ମଧ୍ୟରେ ମୋଟ ବିଲେନିୟର୍ସଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ବଢି ୬.୩ ଟ୍ରିଲିୟନ ଡଲାରରୁ ୧୪ ଟ୍ରିଲିୟନ ଡଲାର ହୋଇଛି । ଅନ୍ୟପଟେ ବୈଶ୍ୱିକ ଇକ୍ୱିଟିର MSCI AC ୱାର୍ଲଡ ଇଣ୍ଡେକ୍ସରେ ୭୩ ପ୍ରତିଶତ ବୃଦ୍ଧି ଘଟିଛି । ଟେକ୍ ବିଲେନିୟର୍ସଙ୍କ ସମ୍ପତ୍ତି ୨୦୧୫ରେ ୭୮୮.୯ ବିଲିୟନ ଡଲାରରୁ ବଢି ୨୦୨୪ରେ ୨.୪ ଟ୍ରିଲିୟନ ଡଲାର ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରୁ ଚୀନର ବିଲେନିୟରଙ୍କ ସଂଖ୍ୟା ହ୍ରାସ ଯୋଗୁଁ ବୈଶ୍ୱିକ ବିକାଶ ସାମାନ୍ୟ ଧିମେଇଛି ।ଭାରତୀୟ ବିଲେୟନିର୍ସଙ୍କ ସମ୍ପତ୍ତି ୪୨.୧ ପ୍ରତିଶତ ବଢି ୯୦୫.୬ ବିଲିୟନ ଡଲାର ହୋଇଛି । ଏହାସହ ଏମାନଙ୍କ ସଂଖ୍ୟା ମଧ୍ୟ ୧୫୩ରୁ ବଢି ୧୮୫ ହୋଇଛି । ରିପୋର୍ଟ ଅନୁସାରେ ବିଲେନିୟର୍ସ ଅଧିକ ଶିଫ୍ଟ ହେଉ
ନୂଆଦିଲ୍ଲୀ: ଦୁନିଆରେ ବିଲେନିୟର୍ସଙ୍କ ମୋଟ ସମ୍ପତ୍ତି ଗତ ୧୦ ବର୍ଷରେ ୧୨୧ ପ୍ରତିଶତ ବଢି ୧୪ ଟ୍ରିଲିୟନ ଡଲାର ହୋଇଛି । ଏଥିରେ ଟେକ୍ ଅରବପତିଙ୍କ ସମ୍ପତ୍ତି ସବୁଠୁ ଅଧିକ ବଢିଛି । ସ୍ୱିଜରଲାଣ୍ଡ ବ୍ୟାଙ୍କ ୟୁବିଏସ୍ ନିଜ ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦେଇଛି । ସ୍ୱିଜରଲାଣ୍ଡର ସବୁଠୁ ବଡ଼ ବ୍ୟାଙ୍କ ୟୁବିସି କହିଛି ଯେ ୧୦ ବର୍ଷରେ ବିଲେନିୟର୍ସଙ୍କ ସଂଖ୍ୟା ୧୭୫୭ରୁ ବଢି ୨୬୮୨ ହୋଇଛି । ୟୁବିଏସର ବାର୍ଷିକ ବିଲିୟନେୟର ଆମ୍ୱିସନ ରିପୋର୍ଟରେ କୁହାଯାଇଛି ଯେ ଗତ ଏକ ଦଶନ୍ଧିରେ ବୈଶ୍ୱିକ ଇକ୍ୱିଟି ବଜାର ତୁଳନାରେ ଅରବପତି ଭଲ ପ୍ରଦର୍ଶନ କରିଛନ୍ତି ।
ରିପୋର୍ଟ ଅନୁସାରେ, ୨୦୧୫ରୁ ୨୦୨୪ ମଧ୍ୟରେ ମୋଟ ବିଲେନିୟର୍ସଙ୍କ ସମ୍ପତ୍ତି ୧୨୧ ପ୍ରତିଶତ ବଢି ୬.୩ ଟ୍ରିଲିୟନ ଡଲାରରୁ ୧୪ ଟ୍ରିଲିୟନ ଡଲାର ହୋଇଛି । ଅନ୍ୟପଟେ ବୈଶ୍ୱିକ ଇକ୍ୱିଟିର MSCI AC ୱାର୍ଲଡ ଇଣ୍ଡେକ୍ସରେ ୭୩ ପ୍ରତିଶତ ବୃଦ୍ଧି ଘଟିଛି । ଟେକ୍ ବିଲେନିୟର୍ସଙ୍କ ସମ୍ପତ୍ତି ୨୦୧୫ରେ ୭୮୮.୯ ବିଲିୟନ ଡଲାରରୁ ବଢି ୨୦୨୪ରେ ୨.୪ ଟ୍ରିଲିୟନ ଡଲାର ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୨୦ରୁ ଚୀନର ବିଲେନିୟରଙ୍କ ସଂଖ୍ୟା ହ୍ରାସ ଯୋଗୁଁ ବୈଶ୍ୱିକ ବିକାଶ ସାମାନ୍ୟ ଧିମେଇଛି ।
ଭାରତୀୟ ବିଲେୟନିର୍ସଙ୍କ ସମ୍ପତ୍ତି ୪୨.୧ ପ୍ରତିଶତ ବଢି ୯୦୫.୬ ବିଲିୟନ ଡଲାର ହୋଇଛି । ଏହାସହ ଏମାନଙ୍କ ସଂଖ୍ୟା ମଧ୍ୟ ୧୫୩ରୁ ବଢି ୧୮୫ ହୋଇଛି । ରିପୋର୍ଟ ଅନୁସାରେ ବିଲେନିୟର୍ସ ଅଧିକ ଶିଫ୍ଟ ହେଉଛନ୍ତି । ୨୦୨୦ରେ ୧୭୬ ଜଣ ଦେଶ ବଦଳାଇଛନ୍ତି । ସ୍ୱିଜରଲାଣ୍ଡ, ୟୁଏଇ, ସିଙ୍ଗାପୁର ଏବଂ ଆମେରିକା ସେମାନଙ୍କ ସବୁଠୁ ମନ ପସନ୍ଦର ସ୍ଥାନ । ୨୦୨୪ରେ ପ୍ରଥମ ଥର ପାଇଁ ପ୍ରାୟ ୨୬୮ ଜଣ ପ୍ରଥମ ଥର ପାଇଁ ବିଲେୟନିର୍ସ ହୋଇଛନ୍ତି । ଏଥିରୁ ୬୦ ପ୍ରତିଶତ ଉଦ୍ୟମୀ ।