ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ

ପୁରୀ : ପାଦ ଥାପିଛି ନୂଆ ବର୍ଷ ୨୦୨୫ । ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଧୈର୍ଯ୍ୟ ହୋଇ ବ୍ୟାାରିକେଡ ଭାଙ୍ଗି ଧସେଇ ପଶିଥିଲେ l ଅସମ୍ଭାଳ ଭିଡ଼ ଯୋଗୁ ନାକେଦମ ହୋଇଛି ପୁରୀ ପୋଲିସ । ଭକ୍ତଙ୍କ ଭିଡ଼କୁ […]

ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ
ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଲେ ଶ୍ରଦ୍ଧାଳୁ

ପୁରୀ : ପାଦ ଥାପିଛି ନୂଆ ବର୍ଷ ୨୦୨୫ । ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଓଡ଼ିଶାବାସୀ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଧୈର୍ଯ୍ୟ ହୋଇ ବ୍ୟାାରିକେଡ ଭାଙ୍ଗି ଧସେଇ ପଶିଥିଲେ l ଅସମ୍ଭାଳ ଭିଡ଼ ଯୋଗୁ ନାକେଦମ ହୋଇଛି ପୁରୀ ପୋଲିସ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି ।

ଗତକାଲି ରାତି ୧୦ଟା ୨୫ରେ ପହୁଡ଼ ହୋଇ ରାତି ୧ଟା ୫ ରେ ଦ୍ୱାର ଫିଟାଯାଇଥିଲା । ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ରାତି ୨ ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ସାଧାରଣ ଶ୍ରଦ୍ଧାଳୁମାନେ ଆଜି ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ତା ହୋଇଛି l ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ଜଣାଯାଇଛି।