ଜ୍ଞାନବାପିରେ ଜାରି ରହିବ ହିନ୍ଦୁ ପୂଜାର୍ଚ୍ଚନା, ମୁସଲମାନ ପକ୍ଷକୁ ଝଟକା
ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଥିବା ‘ବ୍ୟାସ୍ଜୀ କା ତହଖାନା’ରେ ହିନ୍ଦୁମାନଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ମସଜିଦ ପରିସରରେ ପୂଜାର୍ଚ୍ଚନା ପାଇଁ ବାରାଣସୀର ଏକ କୋର୍ଟ ଜାନୁଆରି ୩୧ରେ ଅନୁମତି ଦେଇଥିବା ବେଳେ ମୁସଲମାନ ପକ୍ଷ ଏହା ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆହ୍ଲାବାଦ ହାଇକୋର୍ଟ ସୋମବାର ଏହି ପିଟିସନକୁ ଖାରଜ କରି ବାରାଣସୀ କୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଜ୍ଞାନବାପି […]

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଥିବା ‘ବ୍ୟାସ୍ଜୀ କା ତହଖାନା’ରେ ହିନ୍ଦୁମାନଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ମସଜିଦ ପରିସରରେ ପୂଜାର୍ଚ୍ଚନା ପାଇଁ ବାରାଣସୀର ଏକ କୋର୍ଟ ଜାନୁଆରି ୩୧ରେ ଅନୁମତି ଦେଇଥିବା ବେଳେ ମୁସଲମାନ ପକ୍ଷ ଏହା ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଆହ୍ଲାବାଦ ହାଇକୋର୍ଟ ସୋମବାର ଏହି ପିଟିସନକୁ ଖାରଜ କରି ବାରାଣସୀ କୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି। ଜଷ୍ଟିସ୍ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଜ୍ଞାନବାପି ମସଜିଦ୍ ପରିସରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ‘ବ୍ୟାସ ଜୀ କା ତେହଖାନା’ରେ ହିନ୍ଦୁମାନଙ୍କୁ ପୂଜା କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ବାରଣାସୀ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ। ସେଠାରେ ପୂଜା ଓ ଧାର୍ମିକ ରୀତିନୀତି ହେଉଥିଲା ବୋଲି ହାଇକୋର୍ଟ ସ୍ୱୀକାର କରିଛନ୍ତି।