ବିଧାନସଭା ୨ୟ ଦିନ ,୧୨ ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳରେ ଅଭିଭାଷଣ ପରେ ଶୁକ୍ରବାର ଦିନ ଥିଲା ୨ୟ ଦିନ । ତେବେ ଶୁକ୍ରବାର ଗୃହ ଆରମ୍ଭ ନ ହେଉଣୁ ଦେଖା ଦେଇଥିଲା ବିରୋଧୀଙ୍କ ହଟ୍ଟଗୋଳ I ଆଜି ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପରେ ଆଲୋଚନା ଚାଲିଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । […]

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳରେ ଅଭିଭାଷଣ ପରେ ଶୁକ୍ରବାର ଦିନ ଥିଲା ୨ୟ ଦିନ । ତେବେ ଶୁକ୍ରବାର ଗୃହ ଆରମ୍ଭ ନ ହେଉଣୁ ଦେଖା ଦେଇଥିଲା ବିରୋଧୀଙ୍କ ହଟ୍ଟଗୋଳ I ଆଜି ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପରେ ଆଲୋଚନା ଚାଲିଥିବା ବେଳେ ଉଭୟ ବିଜେଡି ଏବଂ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ସୂଚନାଯୋଗ୍ୟ, ୧୩ ଫେବୃୟାରୀ ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ ।
ଫେବ୍ରୁଆରି ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହେବ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ବିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।