ବଡ଼ଓଷା ପାଇଁ ଧବଳେଶ୍ବର ପୀଠରେ ଛାଉଣୀ ହେବେ ପୋଲିସ
ଆଠଗଡ଼: ପଞ୍ଚକ ଓ ବଡ଼ଓଷାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଶୃଙ୍ଖଳିତ କରିବା ପାଇଁ ଧବଳେଶ୍ବର ପୀଠରେ ଜିଲ୍ଲା ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ ଅନୁଷ୍ଠିତ ଶୃଙ୍ଖଳିତ ହୋଇଯାଇଛି। ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ୟ୍ୟନ୍ତ ଧାଡ଼ି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ସବୁ ପ୍ରାୟତଃ ପ୍ରସ୍ତୁତ ହୋଇ ଗଲାଣି। ଚଳିତି ବର୍ଷ ଅତ୍ୟାଧିକ ଜନ ସମାଗମରକୁ ଶୃଙ୍ଖଳିତ ଯାତ୍ରା ଶେଷ କରିବା ପୋଲିସ୍ ପାଇଁ ଏକ […]

ଆଠଗଡ଼: ପଞ୍ଚକ ଓ ବଡ଼ଓଷାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଶୃଙ୍ଖଳିତ କରିବା ପାଇଁ ଧବଳେଶ୍ବର ପୀଠରେ ଜିଲ୍ଲା ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ ଅନୁଷ୍ଠିତ ଶୃଙ୍ଖଳିତ ହୋଇଯାଇଛି। ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ୟ୍ୟନ୍ତ ଧାଡ଼ି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥା ସବୁ ପ୍ରାୟତଃ ପ୍ରସ୍ତୁତ ହୋଇ ଗଲାଣି। ଚଳିତି ବର୍ଷ ଅତ୍ୟାଧିକ ଜନ ସମାଗମରକୁ ଶୃଙ୍ଖଳିତ ଯାତ୍ରା ଶେଷ କରିବା ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩ ଜଣ ଆଡିସନାଲ ଏସ୍ ପି, ୭ ଜଣ ଡିଏସପି,୧୬ ଜଣ ଇନ୍ସପେକ୍ଟର,୧୨୩ ଜଣ ସଵ ଇନ୍ସପେକ୍ଟର ଓ ଏଏସ ଆଇ ଙ୍କ ସହିତ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥି ସହିତ ହୋମଗାର୍ଡ ଓଡ୍ରାଫ, ଫରେଷ୍ଟ,ଓ ଅଗ୍ନିଶମ ବିଭାଗ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ ବୋଲି କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂଙ୍କ ପକ୍ଷରୁ ସୂଚନ।