ଗୁରୁ ନକ୍ଷତ୍ର ପରିବର୍ତ୍ତନ, ୫ ରାଶିଙ୍କୁ ଶୁଭଫଳ ପ୍ରଦାନ…
ଦେବଗୁରୁ ବୃହସ୍ପତି ସୁଖ, ସୌଭାଗ୍ୟ, ଜ୍ଞାନ ଓ ବିବାହର କାରକ। ଏବେ ଗୁରୁ ବୃଷ ରାଶିରେ ବିରାଜମାନ କରିଛନ୍ତି ଏବଂ ଜୁଲାଇ ୩୧ରେ ନକ୍ଷତ୍ର ପରିବର୍ତ୍ତନ କରି ରୋହିଣୀ ନକ୍ଷତ୍ରର ଚତୁର୍ଥ ଚରଣରେ ପ୍ରବେଶ କରିବେ। ଅଗଷ୍ଟ ୧୯ ପର୍ଯ୍ୟନ୍ତ ଗୁରୁ ଏହି ସ୍ଥିତିରେ ରହିବେ। ତେବେ ଗୁରୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୫ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ମେଷ: ମେଷ ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆୟରେ ଉନ୍ନତି ପରିଲକ୍ଷିତ […]

ଦେବଗୁରୁ ବୃହସ୍ପତି ସୁଖ, ସୌଭାଗ୍ୟ, ଜ୍ଞାନ ଓ ବିବାହର କାରକ। ଏବେ ଗୁରୁ ବୃଷ ରାଶିରେ ବିରାଜମାନ କରିଛନ୍ତି ଏବଂ ଜୁଲାଇ ୩୧ରେ ନକ୍ଷତ୍ର ପରିବର୍ତ୍ତନ କରି ରୋହିଣୀ ନକ୍ଷତ୍ରର ଚତୁର୍ଥ ଚରଣରେ ପ୍ରବେଶ କରିବେ। ଅଗଷ୍ଟ ୧୯ ପର୍ଯ୍ୟନ୍ତ ଗୁରୁ ଏହି ସ୍ଥିତିରେ ରହିବେ। ତେବେ ଗୁରୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୫ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ।
ମେଷ: ମେଷ ରାଶି ବ୍ୟକ୍ତିଙ୍କ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆୟରେ ଉନ୍ନତି ପରିଲକ୍ଷିତ ହେବ। ଚାକିରିରେ ପଦୋନ୍ନତି ହେବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ।
ବୃଷ: ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ। ଘରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ ହେବ। କୌଣସି ବଡ଼ କାମ ପୂରଣ ହେବ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
କର୍କଟ: କର୍କଟ ରାଶି ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଲାଭ ମିଳିବ। ଆୟ ଓ ସୌଭାଗ୍ୟ ବୃଦ୍ଧି ହେବ। ପ୍ରତ୍ୟେକ କାମରେ ସହଜରେ ସଫଳତା ମିଳିବ।
ସିଂହ: ଏହି ରାଶିଙ୍କ ଜୀବନରେ ଉନ୍ନତି ପରିଲକ୍ଷିତ ହେବ। ଚାକିରିରେ ପରିବର୍ତ୍ତନ ହେବ। କୁଣ୍ଡଳିରୁ ଗ୍ରହ ଦୋଷ ଦୂର ହେବ। ସମୟ ଶୁଭ ହୋଇଥିବାରୁ ଶିବଙ୍କ କୃପା ଲାଭ ହେବ।
କନ୍ୟା: ନିଷ୍ପତ୍ତି ନେବା ପାଇଁ ଉତ୍ତମ ସମୟ। ବ୍ୟବସାୟରେ ଉନ୍ନତି ଘଟିବ। ଶିବଙ୍କୁ ଗଙ୍ଗାଜଳରେ ଅଭିଷେକ କରିବା ଭଲ। ବୈବାହିକ ଜୀବନର କଳହ ଦୂର ହେବ।