ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ
ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ପେଙ୍ଗଢୁସି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ପୋଲିସ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲା। ମୃତକ ଜଣକ ରାୟଗଡା ଜିଲା କାଶିପୁର ବ୍ଲକ ଭାଟିପାସ ଗାଁର ଲକ୍ଷ୍ମଣ ମାଝୀ ବୋଲି ଚିହ୍ନଟ କରାଯାଇଥିଲା। ଏହାପରେ ମୃତକଙ୍କ ପରିବାର […] The post ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ appeared first on Dharitri Odia News.
ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ପେଙ୍ଗଢୁସି ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ପୋଲିସ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲା। ମୃତକ ଜଣକ ରାୟଗଡା ଜିଲା କାଶିପୁର ବ୍ଲକ ଭାଟିପାସ ଗାଁର ଲକ୍ଷ୍ମଣ ମାଝୀ ବୋଲି ଚିହ୍ନଟ କରାଯାଇଥିଲା। ଏହାପରେ ମୃତକଙ୍କ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା (ନଂ.୪/୨୫) ରୁଜୁ କରି ତଦନ୍ତ କରିଥିଲା। ପରିବାର ସହ ବିବାଦ ଯୋଗୁ ଭାଟିପାସ ଗାଁର ରାଜେନ୍ଦ୍ର ନାଏକଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା। ରାଜେନ୍ଦ୍ର ଗାଁରୁ ଫେରାର ହେବାପରେ ପୋଲିସର ସନ୍ଦେହ ଦୃଢୀଭୁତ ହୋଇଥିଲା। ପରେ ପୋଲିସ କେରଳ ରାଜ୍ୟ ତ୍ରିସୁର ଅଞ୍ଚଳର ଏକ ହୋଟେଲରେ ସପ୍ଲାଏର ଭାବେ କାମ କରୁଥିବା ରାଜେନ୍ଦ୍ରଙ୍କୁ.ପୋଲିସ ଗିରଫ କରିଥିଲା। ଗତ ଜାନୁଆରୀ ୨୦ ତାରିଖରେ ରାଜେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସୋମବାର ହେମନ୍ତ ନାଏକ ନାମକ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ ପରେ ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।
The post ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ appeared first on Dharitri Odia News.